ଜାତୀୟ ଶିକ୍ଷାନୀତିକୁ ପୁରିଛି ୩ ବର୍ଷ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତରେ ସଫଳ ରୂପାୟନ ହୋଇଛି ଜାତୀୟ ଶିକ୍ଷାନୀତି । ଏହାରି ଭିତରେ ଜାତୀୟ ଶିକ୍ଷା ନୀତିକୁ ପୂରିଛି ୩ ବର୍ଷ । ଏହି ଅବସରରେ ବିଭିନ୍ନ ସମ୍ବାଦପତ୍ରରେ ଆର୍ଟିକିଲ ଲେଖି ଜାତୀୟ ଶିକ୍ଷା ନୀତିର ଗୁରୁତ୍ବ ବୁଝାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜ୍ଞାନ ହେଉଛି ଶକ୍ତି । ଏବଂ ପୁଣି ଥରେ ଭାରତ ହେବ ଜ୍ଞାନର ପେଣ୍ଠସ୍ଥଳୀ ।

ଗତ ୩ ବର୍ଷରେ ଜାତୀୟ ଶିକ୍ଷା ନୀତିରେ ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳିଛି । ଭାରତର ଇତିହାସରେ ପ୍ରଥମ ଥର ପାଇଁ, ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ଶିକ୍ଷା ଆନୁଷ୍ଠାନିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସମନ୍ବିତ ହୋଇଛି । ଏହାବ୍ୟତୀତ ପ୍ରାରମ୍ଭିକ ପର୍ୟ୍ୟାୟରେ ପ୍ରଥମ ଜାତୀୟ ପାଠ୍ୟକ୍ରମ ଫ୍ରେମଓ୍ୱାର୍କର ବିକାଶରେ ୩ରୁ ୮ ବର୍ଷ ବୟସର ପିଲାଙ୍କ ପାଇଁ ଖେଳ ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯାଇଛି ।

Leave A Reply

Your email address will not be published.