ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ। ସେ ଚଳିତମାସ ୩୦ ତାରିଖରେ ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ । ଗତକାଲି କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି । ଜେନେରାଲ ଦ୍ବିବେଦୀ ଏବେ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ବରେ ଅଛନ୍ତି ।
ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ ସେନାର ଉପାଧ୍ୟକ୍ଷ ଅଛନ୍ତି। ଏବେ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେବ। ସେହିଦିନ ଅର୍ଥାତ ଜୁନ୍ ୩୦ରେ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେଙ୍କ କାର୍ଯ୍ୟକାଳ ଚଳିତମାସ ୩୦ ତାରିଖରେ ଶେଷ ହେବ ।
ସେହିଦିନ ଅପରାହ୍ନରେ ଦିଲ୍ଲୀସ୍ଥିତ ସ୍ଥଳସେନା ମୁଖ୍ୟାଳୟରେ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ୨୦୨୨ ଏପ୍ରିଲ ୩୦ ତାରିଖରେ ଜେନେରାଲ ପାଣ୍ଡେ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ହୋଇଥିଲେ । ସେ ହେଉଛନ୍ତି ଭାରତୀୟ ସେନାର ଇଞ୍ଜିନିୟର୍ସ କ୍ରପ୍ସରୁ ସେନାମୁଖ୍ୟ ହୋଇଥିବା ପ୍ରଥମ ଅଧିକାରୀ । ତାଙ୍କ କାର୍ଯ୍ୟକାଳରେ ସ୍ଥଳସେନାର ନବୀକରଣ ପ୍ରକ୍ରିୟା ଆଗକୁ ବଢିଥିଲା ।