ବଢିବ +୨ ସିଟ୍‌ ସଂଖ୍ୟା, ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଚଳିତ ବର୍ଷ ମାଟ୍ରିିକ ପାସ ହାର ଅଧିକ ରହିଛି । ଯାହାକୁ ଦେଇ ଯୁକ୍ତ ୨ ଆଡମିଶନରେ ସିଟ ସଂଖ୍ୟାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ସବୁପିଲାଙ୍କୁ ସିଟ ମିଳିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ତେବେ ଏହାରି ଭିତରେ ଏକ ଭଲ ଖବର ସାମନାକୁ ଆସିଛି । ତାହା ହେଲା ଯୁକ୍ତ ୨ ଆଡମିଶନବେଳେ ଆବଶ୍ୟକ ହେଲେ ସିଟ ସଂଖ୍ୟା ବଢାଯିବ । ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏନେଇ ଶନିବାର ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଆବଶ୍ୟକସ୍ଥଳେ ଯୁକ୍ତ କଲେଜ ଗୁଡ଼ିକରେ ସିଟ୍‌ ବଢ଼ାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ ବଢ଼ାଯିବ । ପିଲାମାନଙ୍କ କିଛି ଅସୁବିଧା ନହେଲା ଭଳି ସମସ୍ତ ପ୍ରକାର ପଦକ୍ଷେପ ସରକାର ଗ୍ରହଣ କରିବେ । ଯୁକ୍ତ ଦୁଇ ପ୍ରଥମ ବର୍ଷ ସିଟ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ ।

ଏଥିସହ ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ ବୋଲି ସେ କହିଛନ୍ତି । କୋଭିଡ ଢାଞ୍ଚା ବଦଳିବ ବୋଲି ସେ କହିଛନ୍ତି । ଏଥିସହ ଏ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ସୂଚନାଥାଉ କି, ରାଜ୍ୟରେ ମୋଟ ଦୁଇ ହଜାର ୬୭ଟି ଯୁକ୍ତ ଦୁଇ କଲେଜ ରହିଛି । ଯେଉଁଥିରେ ସିଟ୍‌ ସଂଖ୍ୟା ହେଲା ୫ ଲକ୍ଷ ୯ ହଜାର ୩୫୮ । କିନ୍ତୁ ଏଥର ପାସ୍‌ କରିଛନ୍ତି ୫ ଲକ୍ଷ ୧୨ ହଜାର ୪୬୦ ଜଣ । ଏହାବାଦ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡକୁ ଆସିପାରନ୍ତି । ସବୁକୁ ହିସାବ କଲେ ରାଜ୍ୟରେ ପ୍ରାୟ ୧୮ ହଜାର ସିଟ୍‌ର ଅଭାବ ରହିଛି । ତେବେ ବଡ କଥା ହେଉଛି, ପାଖାପାଖି ୧୮ଟି ଜିଲ୍ଲାରେ କମ୍‌ କଲେଜ ଥିବାରୁ ସେ ଅଂଚଳ ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହୋଇପାରନ୍ତି । ସୀମିତ ସିଟରେ କୃତୀ ଛାତ୍ରଛାତ୍ରୀ କିପରି ଆଡମିଶନ କରିବେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କିପରି ପିଲାମାନଙ୍କ କିଛି ଅସୁବଧା ହୋଇନାହିଁ, ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

 

 

Leave A Reply

Your email address will not be published.