୨୦୦ଟଙ୍କିଆ ନୋଟ ପ୍ରତ୍ୟାହାର, କ’ଣ କହିଲେ ବୈଜୟନ୍ତ ପଣ୍ଡା?

0

 

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଉ ଆସିବନି ୨୦୦୦ଟଙ୍କଆ ନୋଟ । ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆଜି ଘୋଷଣା ପରେ ସୋଶାଲ ମିଡିଆରେ ନିଜସ୍ୱ ବିଚାର ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଟ୍ୱିଟ୍‌ କରି ବୈଜୟନ୍ତ ଲେଖିଛନ୍ତି, ଏଥିପାଇଁ ସାଧାରଣ ଲୋକେ ଆଦୌ ଅସୁବିଧାରେ ପଡିବେନି । କାରଣ ସେମାନଙ୍କୁ ଟଙ୍କା ବଦଳାଇବାକୁ ସେପ୍‌ଟେମ୍ବର ୩୦ ଯାଏଁ ପର୍ଯ୍ୟାପ୍ତ ସମୟ ମିଳିଛି । ତା’ସହ ଟିକସ ଦାତା ଓ ବ୍ୟବସାୟୀଙ୍କ କ୍ଷେତ୍ରରେ ମଧ୍ୟ ଏନେଇ କୌଣସି ଅସୁବିଧା ହେବାର ନାହିଁ । ତେବେ ଯେଉଁମାନେ ସାଧାରଣ ଆବଶ୍ୟକତା ବାଦ୍‌ ବହୁ ପରିମାଣର ୨୦୦୦ ଟଙ୍କିଆ ନୋଟ ମହଜୁଦ କରି ରଖିଛନ୍ତି, ସେମାନଙ୍କ ଅବସ୍ଥା କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ।
ଏଥିସହ ନିଜ ହୋମଟାଉନ୍‌ ଭୁବନେଶ୍ୱରରେ ଚାଲିଥିବା ଗୁଜବକୁ ଉଲ୍ଲେଖ କରି ବୈଜୟନ୍ତ ଲେଖିଛନ୍ତି, ଆଗାମୀ ନିର୍ବାଚନ ପ୍ରସ୍ତୁତି ପାଇଁ ଯେଉଁ ରାଜନୈତିକ ଦଳମାନେ ପୁଣି ଏ ପ୍ରକାର ନୋଟ ଗଚ୍ଛିତ ରଖିଛନ୍ତି, ଅଦରକାରୀ କାଗଜ ହେବା ପୂର୍ବରୁ ତାକୁ ସେମାନେ କେମିତି ଖର୍ଚ୍ଚ କରିବେ, ତାହା ଦେଖିବାର କଥା । ଯେହେତୁ ଅର୍ଥନୀତିକୁ ନିୟମିତକରଣ ପାଇଁ ବିଗତ କିଛି ବର୍ଷ ଭିତରେ ପ୍ୟାନ-ଆଧାର ଲିଙ୍କ ଭଳି ଅନେକ ପଦକ୍ଷେପ ନିଆଯାଇଛି, ତେଣୁ ବିମୁଦ୍ରୀକରଣ ସମୟ ଭଳି ଏଥର ଆଉ ସେମାନଙ୍କ ପାଇଁ ଟଙ୍କା ବଦଳାଇବା ଏତେଟା ସହଜ ହେବନି ବୋଲି ବୈଜୟନ୍ତ ଲେଖିଛନ୍ତି ।

ସୂଚନାରୁ ପ୍ରକାଶ, ୨୦୧୬ ନଭେମ୍ୱରରେ ୨ ହଜାର ଟଙ୍କିଆ ନୋଟ୍‌ ଆରମ୍ଭ ହୋଇଥିଲା । ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌କୁ ଅଚଳ କରି ଦେବା ପରେ ନୋଟ୍‌ ଅଭାବକୁ ପୂରଣ କରିବା ପାଇଁ ଗୋଲାପୀ ରଙ୍ଗର ୨ ହଜାର ଟଙ୍କିଆ ନୋଟ୍‌ ଆରମ୍ଭ କରାଯାଇଥିଲା । ମାର୍କେଟରେ ପର୍ଯ୍ୟାପ୍ତ ପରିମାଣର ୫ ଶହ ଟଙ୍କିଆ ନୋଟ୍‌ ଆସିବା ପରେ ଓ କାରବାର ସ୍ୱାଭାବିକ ହେବା ପରେ ୨୦୧୮-୧୯ରେ ନୂଆ ୨ ହଜାର ଟଙ୍କିଆ ନୋଟ୍‌ ଛପା ବନ୍ଦ କରିଥିଲା ଆରବିଆଇ । ତା’ ଛଡା ୨ ହଜାର ଟଙ୍କିଆ ନୋଟ୍‌ କାରବାର ମଧ୍ୟ କଷ୍ଟକର ଥିଲା । କାରଣ ଏହାକୁ ସହଜରେ ଖୁଚୁରା କରି ହେଉନଥିଲା । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆରବିଆଇର ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାରକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ୨୦୦୦ ନୋଟ୍‌ ବନ୍ଦ ହେବା ଏକ ଭଲ ସଙ୍କ?ତ । ନାଇଡୁଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିମୁଦ୍ରୀକରଣକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳ ମୋଦୀ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ଶୁକ୍ରବାର (ମଇ ୨୦) ଆନ୍ଧ୍ରପ୍ରଦେଶରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ନାଇଡୁ କହିଛନ୍ତି,୨୦୦୦ ଟଙ୍କିଆ ନୋଟ୍‌ ଉପରେ ନିଷେଧାଦେଶ ନିଶ୍ଚିତ ଭାବରେ ଏକ ଭଲ ସଙ୍କ?ତ ଅଟେ । ମୁଁ ଡିଜିଟାଲ୍‌ ମୁଦ୍ରା ଉପରେ ଏକ ରିପୋର୍ଟ ଦାଖଲ କରିଛି ଏବଂ ପ୍ରତ୍ୟାହାର ନିଶ୍ଚିତ ଭାବରେ ଦୁର୍ନୀତି ବନ୍ଦ କରିବ । ।

Leave A Reply

Your email address will not be published.