ରାଜନୀତିକ ଇତିହାସରେ ବଡ଼ ଉପଲବ୍ଧି ହାସଲ କରିଛି ବିଜେପି। ରାଜ୍ୟସଭାରେ ପ୍ରଥମ ଥର ପାଇଁ ବିଜେପି ସଦସ୍ୟତାରେ ୧୦୦ରୁ ଅଧିକ ସଂଖ୍ୟା ଅତିକ୍ରମ କରିଛି।ଗୁରୁବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେପି ଆସାମରେ ବିଜେପିର ସହଯୋଗୀ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ (ୟୁପିପିଏଲ୍) ଗୋଟିଏ ରାଜ୍ୟସଭା ଆସନ ଜିତିଛି। ଆସାମ, ତ୍ରିପୁରା ଏବଂ ନାଗାଲାଣ୍ଡର ତିନୋଟି ଉତ୍ତର-ପୂର୍ବ ରାଜ୍ୟରୁ ବିଜେପି ଚାରିଟି ରାଜ୍ୟସଭା ଆସନ ଜିତିଛି।
ନିକଟରେ ୬ଟି ରାଜ୍ୟର ୧୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ବିଜେପି ପଞ୍ଜାବର କୌଣସି ରାଜ୍ୟସଭା ଆସନ ଦଖଲ କରିବାକୁ ସକ୍ଷମ ହୋଇନି। କିନ୍ତୁ ୩ ଉତ୍ତରପୂର୍ବ ରାଜ୍ୟରେ ୩ଟି ଆସନ ଜିତିଛି। ସେହିପରି ହିମାଚଳ ପ୍ରଦେଶର ସମସ୍ତ ୫ ରାଜ୍ୟସଭା ସଦସ୍ୟ ବିରୋଧୀ ଦଳର ହୋଇଥିବାରୁ ବିଜେପି ଏଠାରେ ବାଜିମାତ କରିଛି। କାରଣ ହିମାଚଳ ପ୍ରଦେଶରେ ବିଜେପି କ୍ଷମତାରେ ରହିଛି। ପଞ୍ଜାବର ସମସ୍ତ ୫ ରାଜ୍ୟସଭା ଆସନ ଆପ୍ ଖାତାକୁ ଯାଇଛି।
ଅବଶ୍ୟ ଏଯାଏ ରାଜ୍ୟସଭା ୱେବସାଇଟ୍ରେ ନିର୍ବାଚନ ପରେ କେଉଁ ଦଳର ସଦସ୍ୟଙ୍କ ସଂଖ୍ୟା କେତେ ହେଲା, ତା’ର ତଥ୍ୟ ଅପଡେଟ୍ କରାଯାଇନି। କିନ୍ତୁ ବିଜେପି ଏହି ନିର୍ବାଚନ ପରେ ୧୦୦ ଅଙ୍କ ଛୁଇଁବା ନିଶ୍ଚିତ ହୋଇଛି। କାରଣ ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ବର୍ତ୍ତମାନ ୯୭ ରହିଛି। ଏହାବାଦ ୩ ରାଜ୍ୟର ଆଉ ୩ଟି ଆସନ ଦଳ ଖାତାକୁ ଯାଇଛି। ଏହାକୁ ମିଶାଇରେ ସଂଖ୍ୟା ୧୦୦ ଛୁଇଁଛି। ୨୦୧୪ରେ ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ମାତ୍ର ୫୫ ଥିଲା। ହେଲେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳ ବିଜୟ ବାନା ଉଡ଼ାଇ ନିଜର କ୍ଷମତାକୁ ରାଜ୍ୟସଭାରେ ସୁଦୃଢ଼ କରିବାରେ ଲାଗିଛି।ଶେଷଥର ପାଇଁ ୧୯୯୦ରେ କୌଣସି ରାଜନୀତିକ ଦଳର ରାଜ୍ୟସଭା ଆସନ ସଂଖ୍ୟା ୧୦୦ ପାର କରିଥିଲେ।