ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ନଦୀରେ ଭାସି ଯାଇଥିବା ସନ୍ଦେହ କରାଯାଉଛି। ସୂଚନା ମୁତାବକ, ଗୁଡଭେଲାର ରଘୁନାଥ ରଣା ନାମକ ଜଣେ ବ୍ୟକ୍ତି ଶୁକ୍ରବାର ହଳ ଚରାଇବା ପାଇଁ ଯାଇଥିଲେ ।
ହେଲେ ସନ୍ଧ୍ୟା ସମୟରେ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ହେଲେ ନିରାଶ ହୋଇଥିଲେ। ଗତକାଲି କିଛି ସ୍ଥାନୀୟ ଲୋକ ରାହୁଲ ନଦୀ ବୃହତ ଉଠା ଜଳସେଚନ ନିକଟରେ ଥିବା ଗାଧୁଆ ତୁଠରେ ରଘୁନାଥଙ୍କର ଛତା ଏବଂ ଗଞ୍ଜି ପଡିଥିବା ଦେଖିବାକୁ ପାଇଥିଲେ। ରଘୁନାଥ ପାଣିରେ ଭାସି ଯାଇଥିବା ସନ୍ଦେହ କରି ଗୁଡଭେଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ ବିଭାଗ ଶୁକ୍ରବାର ରାତି ୮ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ହେଲେ ରଘୁନାଥଙ୍କର କୌଣସି ଖୋଜ୍ ଖବର ମିଳିଥିଲା। ଆଜି ସକାଳୁ ପୁଣି ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବିଭାଗ ଗତକାଲି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବିହେଲେ ରଘୁନାଥଙ୍କର କୌଣସି ଖୋଜ୍ ଖବର ପାଇ ନ ଥିଲେ। ଆଜି ସକାଳୁ ପୁଣି ଖୋଜାଖୋଜି ଜାରି ରହିଛି।