ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୯ ବର୍ଷ କରିବାକୁ ପ୍ରସ୍ତାବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇରାକ ସଂସଦରେ ଝିଅଙ୍କ ବିବାହ ବୟସକୁ ନେଇ ଏକ ବିଧେୟକ ଉପସ୍ଥାପନ କରାଯାଇଛି। ଯଦି ସଂସଦରେ ଏହି ବିଲ୍‌ ପାରିତ ହୁଏ, ତେବେ ସେଠାରେ ୯ ବର୍ଷର ଝିଅଙ୍କ ବିବାହକୁ ବୈଧ ବୋଲି ଧରାଯିବ।  ବର୍ତ୍ତମାନ ଦେଶରେ ଝିଅଙ୍କ ବିବାହ ବୟସ ୧୮ ରହିଛି। ଇରାକ ଝିଅ ଙ୍କ ବିବାହ ବୟସକୁ ୯ ବର୍ଷ କରିବା ପାଇଁ ଏକ ପ୍ରସ୍ତାବ ଆଣିଛି।

ଯଦି ଏହା ପାସ୍ ହୁଏ ତେବେ ୯ ବର୍ଷର ବାଳିକାଙ୍କୁ ଯେ କେହିବି ବିବାହ କରିବାକୁ ସମର୍ଥ ହେବେ। ତେବେ ଝିଅମାନଙ୍କ ବିବାହର ଆଇନଗତ ବୟସକୁ ମାତ୍ର ୯ବର୍ଷକୁ ହ୍ରାସ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଏହି ପ୍ରସ୍ତାବିତ ବିଲ୍ କୁ ଜନଅସନ୍ତୋଷ ବଢିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ପର୍ସନାଲ ଷ୍ଟାଟସ୍ ଲ’ ୧୯୫୯ର ନିୟମ ୧୮୮ରେ ପରିବର୍ତ୍ତନ ପାଇଁ ଆଲୋଚନା ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଅବଦୁଲ କରିମ କାସୀମ ସରକାରଙ୍କ ସମୟରେ ପର୍ସନାଲ ଷ୍ଟାଟସ୍ ଲ’ ୧୯୫୯ ତିଆରି କରାଯାଇଥିଲା।

ଏହି ନିୟମକୁ ପ୍ରଶଂସା କରାଯାଇଥିଲା, ଯେଉଁଥିରେ ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ କରାଯାଇଥିଲା। ଏପରି ହେଲେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି। ଅପରପକ୍ଷେ, ଏହି ବିଲ୍ ପାସ୍ ହେଲେ ଦେଶ ଆଗକୁ ବଢ଼ିବା ପରିବର୍ତ୍ତେ ପଛେଇ ଯିବ ବୋଲି ହ୍ୟୁମାନ୍ ରାଇଟ୍ସ ୱାଚ୍ ଗବେଷକ ସରାହ ସାନବର ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.