ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ଭାରତର ପଦକ୍ଷେପ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଂଲାଦେଶରେ ଶାସନ ପରିବର୍ତ୍ତନ ହୋଇଛି। ଏହା ସତ୍ତ୍ୱେ ଅନେକ ଅଂଚଳରେ ହିଂସାକାଣ୍ଡ ଜାରି ରହିଛି। ଏହି ସମୟରେ ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ଫଳରେ ବହୁ ସଂଖ୍ୟକ ଲୋକ ଭାରତ-ବାଂଲାଦେଶ ସୀମାରେ ପହଞ୍ଚୁଛନ୍ତି ଓ ଭାରତକୁ ପ୍ରବେଶ କରିବାକୁ ଚାହୁଁଛନ୍ତି ।

ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଛି। ତା’ସହିତ ବାଂଲାଦେଶରେ ବସବାସ କରୁଥିବା ଭାରତୀୟ ଓ ସଂଖ୍ୟାଲଘୁଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବ ଏହି କମିଟି।ସେପଟେ ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭାରତ-ବାଂଲାଦେଶ ସୀମା (ଆଇବିବି)ର ସ୍ଥିତି ଉପରେ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକ, ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାଂଲାଦେଶରେ ଥିବା ଏହାର ସମକକ୍ଷମାନଙ୍କ ସହ ଆଲୋଚନା କରିବ।

ବିଏସଏଫର ଇଷ୍ଟର୍ଣ୍ଣ କମାଣ୍ଡ ଏଡିଜିଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ବାଂଲାଦେଶରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋଦୀ ସରକାର ଭାରତ-ବାଂଲାଦେଶ ସୀମା (ଆଇବିବି)ର ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରିଛନ୍ତି।

Comments are closed.