ବଦଳିବ ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ, ଟେଣ୍ଡର ଆହ୍ୱାନ କଲା ପୂର୍ବତଟ ରେଳପଥ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବାଙ୍ଗାଲୋର ରେଳଷ୍ଟେସନ୍ ଏୟାରପୋର୍ଟ ଭଳି ହେବା ବୋଲି ଘୋଷଣା ହେବା ପରେ ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ ବଦଳାଇବା ନେଇ ଟେଣ୍ଡର ଆହ୍ୱାନ କରାଯାଇଛି । ପୂର୍ବତଟ ରେଳପଥ ଏହି ଟେଣ୍ଡର ଆହ୍ୱାନ କରିଛି । ପ୍ରାଥମିକ ପର‌୍ୟ୍ୟାୟରେ ଭୁବନେଶ୍ୱର ଷ୍ଟେସନର ବିକାଶ ନେଇ ୨୭୫ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ୨୪ ମାସ ମଧ୍ୟରେ କାମ ଶେଷ କରିବାକୁ କୁହାଯାଇଛି । ଟେଣ୍ଡର ଦାଖଲର ଶେଷ ତାରିଖ ଜୁଲାଇ ୮ ତାରିଖ ରହିଛି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ରେଳ ମନ୍ତ୍ରଣାଳୟ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଉଭୟଙ୍କ ମଧ୍ୟରେ ବାରମ୍ବାର ବୈଠକ ପରେ ବି କାମ ଆଗେଇ ପାରିଲାନି । ତେଣୁ ଏବେ ରେଳ ଷ୍ଟେସନର ବିକାଶ କାର‌୍ୟ୍ୟ ରେଳ ବିଭାଗ କରିବ । ଷ୍ଟେସନର ପାରିପାଶ୍ୱିର୍କ ବିକାଶ ବିଡିଏ କରିବ ବୋଲି ବୁଝାମଣା ହୋଇଛି । ଗତ ଫେବ୍ରୁଆରୀରେ ରେଳ ମନ୍ତ୍ରୀ ଓଡ଼ିଶା ଗସ୍ତ ବେଳେ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ କାର‌୍ୟ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.