ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତଲେ ୫୦ରୁ ଅଧିକ ଯାତ୍ରୀ। ବାଲେଶ୍ଵର ଜିଲ୍ଲା ଏନଏଚ୍-୧୬ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ବସଟି କୋଲକାତାରୁ ସୋରକୁ ଆସୁଥିଲା। ଆଜି ସକାଳେ ବସଟି ଯାତ୍ରୀମାନଙ୍କୁ ନେଇ କୋଲକାତାରୁ ସୋର ଅଭିମୁଖେ ଆସୁଥିଲା। ଏହି ସମୟରେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା।
ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। ବସ୍ରେ ୫୩ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ବସ୍ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି