ଭୁବନେଶ୍ୱରରୁ ଦୁବାଇକୁ ଉଡିଲା ବିମାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡାଣର ଶୁଭାରମ୍ଭ କରିଛନ୍ତି । ଏହାକୁ ନେଇ ଉତ୍ସବ ମୁଖର ହୋଇଥିଲା ବିମାନବନ୍ଦର । ଏଣିକି ଏହି ବିମାନରେ, ସାରା ବିଶ୍ୱର ପର୍ଯ୍ୟଟକଙ୍କ ପସନ୍ଦର ଡେଷ୍ଟିନେସନ ପାଲଟିଥିବା ଦୁବାଇକୁ ଯାଇପାରିବେ ଓଡିଶାର ବିଭିନ୍ନ ବର୍ଗର ଲୋକ । । ଆଉ ପ୍ରଥମ ବିମାନରେ ମିଶନ ଶକ୍ତି ମହିଳାଙ୍କ ସମେତ, ଖେଳାଳି, ନେତା ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜ୍ଜନ କରିଥିବା ୧୭୦ ଜଣ ବ୍ୟକ୍ତି ଦୁବାଇ ଯାଇଛନ୍ତି । ଚୁକ୍ତି ଅନୁସାରେ, ଇଣ୍ଡିଗୋ ଏୟାରଲାଇନ୍ସ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସପ୍ତାହରେ ୩ ଥର ସିଧାସଳଖ ଦୁବାଇ ଯିବ । ଦୁବାଇ ଯିବା ଆସିବା ପାଇଁ ଯାତ୍ରୀ ଭଡା ୨୦ ହଜାର ଟଙ୍କା ପଡିବ । ଭୁବନେଶ୍ୱରରୁ ଦୁବାଇ ପହଁଚିବା ପାଇଁ ୪ ଘଂଟା ସମୟ ଲାଗିବ । ସନ୍ଧ୍ୟା ୬.୩୦ଟାରେ ବାହାରି ରାତି ୧୦.୩୦ଟାରେ ପଂହଚିବ ।

ପ୍ରତ୍ୟେକ ସୋମବାର,ବୁଧବାର ଓ ଶୁକ୍ରବାର ଦୁବାଇ ଯିବ ବିମାନ । ଏହାସହ ନିଜସ୍ୱ ଉଦ୍ୟମରେ ବିଦେଶକୁ ସିଧାସଳଖ ଉଡାଣ ଆରମ୍ଭ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇପାରିଛି । ଏଥିପାଇଁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇଦେଇଛନ୍ତି । ପ୍ରଥମ ବିମାନରେ ଉଡିଥିବାରୁ ଯାତ୍ରୀମାନେ ଖୁସି ପ୍ରକାଶ କରିଛନ୍ତି । ଭୁବନେଶ୍ୱରରୁ ସିଧାସଳଖ ବିମାନ ଉଡୁଥିବାରୁ ଦୁବାଇକୁ ଯାଇଛନ୍ତି ବିଜେଡିର କିଛି ନେତା । ସେଠାରେ ଏହି ନେତାମାେ ବିଭିନ୍ନ ସ୍ଥାନରେ ବୁଲିବା ସହ କେମିତି ଏତେ ବିକଶିତ ହୋଇଛି, ଟୁରିଜିମର ଡେଷ୍ଟିନେସନ ପାଲଟିଛି ତାହା ଦେଖିବେ ।ଆଗକୁ ସିଧାସଳଖ ବ୍ୟାଙ୍କକ ଓ ସିଙ୍ଗାପୁରକୁ ସିଧାସଳଖ ବିମାନସେବା ଆରମ୍ଭ ହେବାକୁ ଯାଉଛି ।

Leave A Reply

Your email address will not be published.