ଠକ କାହ୍ନୁର ଗୁମର ଖୋଲିଲା ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଠକ କାହ୍ନୁ ଚରଣ ପ୍ରଧାନର ଗୁମର ଖୋଲିଲା ପୋଲିସ । ପରିଚୟ ବଦଳାଇ କାହାକୁ କେମିତି ଠକୁଥିଲା ସବୁ ରହସ୍ୟ ଉପରୁ ପରଦା ହଟିଲା । ଗିରଫ ହେବାର ୪ ଦିନ ପରେ କାହ୍ନୁ ପ୍ରଧାନର ଠକେଇ କାରନାମାକୁ  ସାମ୍ନାକୁ ଆଣିଛି ଏସଟିଏଫ । ଗୁରୁବାର ଏ ସଂକ୍ରାନ୍ତରେ ସୂଚନା ଦେଇ ପୋଲିସ କହିଛି, ଏହା ପୂର୍ବରୁ କାହ୍ନ ୬ ଥର ଗିରଫ ହୋଇଥିଲା । ପୋଲିସ ତାଠାରୁ ଏକାଧିକ ନକଲି ପରିଚୟ ପତ୍ର ଜବତ କରିଛି ।  କାହ୍ନୁ  ନିଜକୁ ଆରଟିଆଇ କର୍ମଚାରୀ କହି ଠକୁଥିଲାବେଳେ ଗତ ୧୮ ତାରିଖ ପୋଲିସ ହାତରେ ଧରାପଡିଥିଲା । କିଶାେର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଏମିତି ମିଛ ପରିଚୟ ଦେଇ ଚୁନା ଲଗାଇଥିଲା କାହ୍ନୁ।  ଏ ନେଇ ସେ ଏପ୍ରିଲ ୨୫ ତାରିଖରେ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ଏହା ପୂର୍ବରୁ ସେ କେତେବେଳେ  ଏନଏଚଏଆଇର ସିଜେଡ଼ଏମ ତ ଆଉ କେତେବେଳେ ସିସିଏମ କହି ଲୋକଙ୍କ ଠାରୁ ଲୁଟ୍ କରିଛି ।

ସେହିପରି ଭୁନେଶ୍ୱର ମୁନସିପାଲଟି କର୍ପୋରେସନର ସିସିଏମ, ରାଜ୍ୟ ସରକାରଙ୍କ ଆସିଷ୍ଟାଂଟ ଡାଇରେକ୍ଟର, ଗୃହ ବିଭାଗର ଏସଏସଟି ୱେଲଫେୟାର ଚେୟାରମ୍ୟାନ, ନାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆର ପରିଚୟ ଦେଇ ଏକାଧିକ ଲୋକଙ୍କ ଠାରୁ ଲୁଟ୍ କରିଛି କାହ୍ନୁ । କାହ୍ନୁ ଠାରୁ ଏହି ସବୁ ପରିଚୟରେ ୬ଟି ନକଲି ଆଇକାର୍ଡ ଜବତ କରିଛି ଏସଟିଏଫ । ଏଥିରେ ରହିଏହା ସହ ଚାନ୍ଦପୁର ଥାନାରେ ହତ୍ୟା, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ବଡ଼ ବଡ଼ ଘଟଣାରେ ରହିଛି ସମ୍ପୃକ୍ତି ।

Leave A Reply

Your email address will not be published.