ମନ୍ତ୍ରୀ ପଦ ଚାଲିଯିବା ପରେ ଭୋ ଭୋ ହୋଇ କାନ୍ଦିଲେ ପୋଲସରା ବିଧାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ପଦ ଚାଲିଯିବା ପରେ ଭୋ ଭୋ ହୋଇ କାନ୍ଦିଲେ ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ। କହିଲେ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି । ମୋର ଜଗନ୍ନାଥଙ୍କ ପ୍ରତି ଭରସା ଅଛି, ଜଗନ୍ନାଥ ନିଶ୍ଚିତ ନ୍ୟାୟ ଦେବେ। ଗଞ୍ଜାମ ବୁଗୁଡ଼ା ବ୍ଲକ ଗୋଲିଆ ନିକଟ କଣିଆପାଲ୍ଲୀ ବଡତୋଟାଠାରେ ଆୟୋଜିତ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଧାରଣ ସଭାରେ କାନ୍ଦିଲେ ଶ୍ରୀକାନ୍ତ ସାହୁ । ଏହି ଅବସରରେ ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

ରାଜ୍ୟମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ପରେ ପ୍ରଥମ ଥର ଲାଗି ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀ ଏହି ସଭାରେ ଉପସ୍ଥିତ ଥିଲେ। କେବଳ ଶ୍ରୀକାନ୍ତ ସଭାରେ ଶ୍ରୀକାନ୍ତ କହିଥିଲେ, କୁଚକ୍ରି ଗୋଷ୍ଠୀ ମୋ ନାମରେ ଷଡଯନ୍ତ୍ର କରିଛନ୍ତି। ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ଦେଇ ଷଡଯନ୍ତ୍ର କରିଛନ୍ତି,  ସେମାନଙ୍କର ଆଗକୁ ଆହୁରି ବିଭିନ୍ନ ଅଡିଓ, ଭିଡିଓ ଭାଇରଲ ହେବ। ତେଣୁ ତାର କେତେ ସତ୍ୟାତା ମୁଁ ପ୍ରମାଣ କରିବି। ଯେଉଁମାନେ ରସଗୋଲା ଖାଉଛନ୍ତି ଶ୍ରୀକାନ୍ତ ସାହୁକୁ ଟିକଟ ନମିଳୁ, ଆଉ ଯେଉଁ ମାନେ କହୁଛନ୍ତି ୨୦୨୪ରେ ଟିକଟ କାହାକୁ ମିଳିବ, ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ସେଦିନ ଜାଣିବେ। ଆଗୁଆ ନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟରେ ଜିତିବି ବୋଲି ସେ ସଭାରେ ଦାବି କରିଥିଲେ।

Leave A Reply

Your email address will not be published.