ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଆସନ୍ତା ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ। ତେବେ ନୂଆ ରାଷ୍ଟ୍ରପତି ପାଇଁ ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ସୂଚନା ଦେଇଛନ୍ତ। ତେବେ ଫଳ ପ୍ରକାଶ ପାଇବା ପରେ ଜୁଲାଇ ୨୫ରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନେବେ। ଏନେଇ ଜୁନ ୧୫ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ ୨୯ ପର୍ୟ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥି। ଜୁନ ୩୦ରେ ନାମାଙ୍କନ ଯାଞ୍ଚ ହେବ। ଜୁଲାଇ ୨ ପର୍ୟ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁଲାଇ ୨୧ରେ ଭୋଟ ଗଣତି ହେବ। ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ମୁଖ୍ୟ ନର୍ବାଚନ କମିଶନ କହିଛନ୍ତି।
କହିରଖୁ କି, ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥିପତ୍ର ସହ ୫୦ ଜଣ ପ୍ରସ୍ତାବକ ଦେବାକୁ ପଡ଼ିବ। ୫୦ ପ୍ରସ୍ତାବକ ଓ ୫୦ ସମର୍ଥକ ଦେଇ ନାମାଙ୍କନ କରିବାକୁ ପଡ଼ିବ। ସାଂସଦ ମାନେ ସଂସଦରେ, ବିଧାୟକମାନେ ବିଧାନସଭାରେ ଭୋଟଦେବେ। ୪୦୩୩ ବିଧାୟକ ଏହି ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ। ମୋଟ ୪୮୦୯ ଜଣ ଭୋଟର ବାଛିବେ ଦେଶର ଆଗାମୀ ରାଷ୍ଟ୍ରପତି। ଏହି ଭୋଟିଂ ଗୋପନୀୟ ରହିବ।