ଦେଶକୁ ମିଳିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍, କାଲି ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତୀୟ ରେଳବାଇ ଲଗାତାର ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ସଂଖ୍ୟାକୁ ବୃଦ୍ଧି କରୁଛି। ଏହି କ୍ରମରେ ଦେଶକୁ ମିଳିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏକା ସାଙ୍ଗରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ସୁଭାରମ୍ଭ କରାଇବେ । ଏହି ୯ଟି ଟ୍ରେନ୍ ରାଜସ୍ଥାନ୍, ବିହାର, ଓଡିଶା, ଗୁଜୁରାଟ୍, ଚେନ୍ନାଇ ସମେତ ଅନ୍ୟ କେତେକ ରାଜ୍ୟରେ ଲଞ୍ଚ ହେବାକୁ ଯାଉଛି । ଗୁଜୁରାଟକୁ ଆଉ ଏକ ବନ୍ଦେ ଭାରତ ଟ୍ରେନ୍ ମିଳିବ । ଏହି ଟ୍ରେନ୍ ଅହମଦ୍ଦାବାଦରୁ ଜାମନଗର ଯାଏଁ ଗଡିବ ।

ଗୁଜରାଟକୁ ତୃତୀୟ ବନ୍ଦେ ଭାରତ ଟ୍ରେନ୍ ମିଳିବାକୁ ଯାଉଛି । କେରଳକୁ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ମିଳିବ । ସେହିପରି ଓଡିଶାକୁ ମଧ୍ୟ ଆସନ୍ତାକାଲି ଆଉ ଏକ ବନ୍ଦେ ଭାରତ ଟ୍ରେନ୍ ମିଳିବ । ଯାହା ପୁରୀରୁ ରାଉରକେଲା ଯାଏଁ ଗଡିବ । ଆସନ୍ତା କାଲି ଭର୍ଚ୍ଚୁଆଲ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

 

Leave A Reply

Your email address will not be published.