ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, କାରକେଡ୍‌ ଭିତରକୁ ଧସେଇ ପଶିଆସିଲେ ଯୁବକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ଉତ୍ତର ପ୍ରଦେଶର ବାରଣାସୀରେ ମୋଦୀଙ୍କ କାରକେଡ୍‌ ଭିତରକୁ ଜଣେ ଯୁବକ ପଶିଆସିବା ଘଟଣା ସାମ୍ନାକୁ ଆସିଛି । ପିଏମ ମୋଦୀ ରୁଦ୍ରାକ୍ଷ ସେଣ୍ଟରରୁ ବାରଣାସୀ ଏୟାରପୋର୍ଟ ଆଡ଼କୁ ଯାଉଥିଲେ ।  ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଭିତରକୁ ଜଣେ ଯୁବକ ଚାଲିଆସିଥିଲେ । ଏହା ପରେ ପ୍ରଧାନନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ଥିବା ସୁରକ୍ଷାକର୍ମୀ ସଂଗେ ସଂଗେ ଯୁବକଙ୍କୁ ଅଟକାଇବା ସହ ଗିରଫ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏତେ ବଡ଼ ତ୍ରୁଟିକୁ ନେଇ ସୁରକ୍ଷା ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି । ଯୁବକ ଜଣକ ପିଏମ୍‌ ମୋଦୀଙ୍କ କାର ପାଖରୁ ଅତି ବେଶୀରେ ୧୦ ଫୁଟ ଦୂରରେ ରହିଥିଲେ । ଏବେ ଏସପିଜି ଯୁବକଙ୍କୁ ପଚରା ଉଚରା କରୁଥିବା ଜଣାପଡ଼ିଛି ।

ସେପଟେ ଏହା ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ମହିଳାମାନଙ୍କୁ ଏକାକୀ କିଛି କାରିପାରିବାର କ୍ଷମତା ଦେବ । ଆଗକୁ ବଢ଼ିବାକୁ ହେଲେ କୌଣସି ନାରୀକୁ ଅନ୍ୟ କାହାର ସହାୟତା ଦରକାର ପଡ଼ିବ ନାହିଁ । ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଯିବା ପରେ ମୁଁ ପ୍ରଥମେ କାଶୀରେ ଆପଣମାନଙ୍କ ଆଶୀର୍ବାଦ ନେବାକୁ ଆସିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଏହା ସହ କିଛି ଦିନ ମଧ୍ୟରେ ଦୁର୍ଗା ପୂଜା ଉତ୍ସବ ପାଳନ ହେବ । ନାରୀ ଶକ୍ତି ବନ୍ଦନ ଅଧିନିୟମ ଦୁର୍ଗା ପୂଜାର ଖୁସିକୁ ଆହୁରି ଅଧିକ ବଢ଼ାଇବ ବୋଲି ମୋଦୀ କହିଥିଲେ । ନବରାତ୍ରର ଉତ୍ସାହ ବଢ଼ାଇଦେଇଛି ନାରୀ ସଂରକ୍ଷଣ ବିଲ୍‌ ।

Leave A Reply

Your email address will not be published.