ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରେଳ ଧାରଣାରେ ଧସିଲା ମାଟି ଅତଡ଼ା , ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ୍। ମାଟି ଅତଡା ଧସି କୋରାପୁଟ ରାୟଗଡା ରେଳ ଧାରଣାରେ ପଡିଥିବାରୁ ଉକ୍ତ ରେଳପଥରେ ରେଳ ଚଳାଚଳ ବନ୍ଦ ରହିଛି । କାକିରିଗୁମା -ବାଇଗୁଡା ମଧ୍ୟରେ ରେଳ ପଥରେ ମାଟି ଅତଡା ଧସି ପଡିଥିବା ଜଣାପଡିଛି। ଫଳରେ କୋରାପୁଟରୁ ରାଉରକେଲା ଅଭିମୁଖେ ଯାଉଥୁବା ରାଉରକେଲା ଟ୍ରେନ ଦାମନଯୋଡିରେ ଅଟକି ରହିଛି।
କୋରାପୁଟ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ଅଟକି ରହିଛି ।ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଆସୁଥୁବା ଡିଏମୟୁ ଡୁମୁରିପୁଟ ଷ୍ଟେସନରେ ଅଟକି ରହିଛି । ଫଳରେ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ରେଳ ଧାରଣାରେ ଚାଲିଛି ମରାମତି କାର୍ଯ୍ୟ।