ରେଳ ମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ କହିଲେ ବିରୋଧୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝାଡଖଣ୍ଡରେ ମଙ୍ଗଳବାର ଦିନ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ବିରୋଧୀ ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଷ୍ଟ କରିଛନ୍ତି ଯେ ଟ୍ରେନ ଦୁର୍ଘଟଣା ଏବେ ନିତିଦିନିଆ ହୋଇଯାଇଛି। ପ୍ରତି ସପ୍ତାହରେ ଘଟଣା ଘଟୁଛି । ଏହା ନିୟମ କି? ସକାଳେ ଆଉ ଏକ ଟ୍ରେନ ଦୁର୍ଘଟଣା ଘଟିଛି। କେମିତି। ଝାଡଖଣ୍ଡର ଚକ୍ରଧରପୁର ବିଭାଗରେ ହାଓ୍ବଡା-ମୁମ୍ବାଇ ମେଲ ଲାଇନଚ୍ୟୁତ ହୋଇଛି।

ସେଠାରେ ଅନେକ ଲୋକଙ୍କ ମତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ। ପ୍ରତି ସପ୍ତାହରେ ରେଳ ଦୁର୍ଘଟଣା ଘଟୁଛି। ଯାତ୍ରୀଙ୍କ ମୃତ୍ୟୁ ଏବଂ ଆଘାତର ଏହି କ୍ରମ କେତେ ଦିନ ପର୍ଯ୍ୟନ୍ତ ରେଳ ଟ୍ରାକରେ ଚାଲିବ? ଆମେ କେତେ ଦିନ ପର୍ଯ୍ୟନ୍ତ ଏହାକୁ ସହ୍ୟ କରିବୁ? ଭାରତ ସରକାରଙ୍କ ସମ୍ବେଦନଶୀଳତାର କୌଣସି ଅନ୍ତ ହେବ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରେଳ ସୁରକ୍ଷାକୁ ନେଇ ସରକାରଙ୍କ ଟ୍ରାକ ରେକର୍ଡ ଉପରେ କହିଛନ୍ତି ଯେ, ଏହି ସରକାର ଟ୍ରେନ୍ ଦୁର୍ଘଟଣାରେ ରେକର୍ଡ ସୃଷ୍ଟି କରିବାକୁ ଚାହୁଁଛନ୍ତି। ପେପର ଲିକ୍ ରେ ସେମାନେ ରେକର୍ଡ କରିଥିଲା ବେଳେ ଏବେ ରେଳ ଦୁର୍ଘଟଣାରେ କରିବାକୁ ଚାହୁଁଛନ୍ତି। ଲୋକମାନେ ଅକାଳରେ ଜୀବନ ହରାଉଛନ୍ତି।

ତେବେ ଭବିଷ୍ୟତରେ ଏପରି ଦୁର୍ଘଟଣା ନଘଟିବା ପାଇଁ ଏ ସରକାର କିଛି କରିବା ଦରକାର। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସରକାର ସାହାଯ୍ୟ କରିବା ଉଚିତ୍‌। ଏଥିସହ ଏହିପରି ଦୁର୍ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସରକାର ଠୋସ ବ୍ୟବସ୍ଥା କରିବା ଉଚିତ୍‌। ୱାୟନାଡ ଭୂସ୍ଖଳନ ସମ୍ପର୍କରେ ଅଖିଳେଶ କହିଛନ୍ତି ଯେ COP29 ଏବଂ G20 ରେ ବିଶ୍ୱ ତାପମାତ୍ରା ବିଷୟରେ ସରକାର ବଡ଼ କଥା କହିଛନ୍ତି। କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡରେ ଏକ ଭୂସ୍ଖଳନ ହୋଇଥିଲା। ସେଠାରେ ଲଗାତାର ଭୂସ୍ଖଳନ ଘଟୁଛି। ଏହାକୁ ରୋକିବା ପାଇଁ ସରକାର କ’ଣ କରୁଛନ୍ତି ତାହା ଜଣାଇବା ଉଚିତ୍‌।

Leave A Reply

Your email address will not be published.