ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ପାର୍ବଣରେ ଭିଜାଇବ ବର୍ଷା । ଦଶହରାରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିପାରେ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୩ ତାରିଖ ଯାଏଁ ପାଗ ଶୁଖିଲା ରହିପାରେ ।
୨୧ ତାରିଖରେ ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଅବପାତର ରୂପ ନେଇପାରେ । ଲଘୁଚାପ ଆସୁଥିବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ୨୧ ରୁ ୨୨ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରାଯାଉଛି । ଲଘୁଚାପ ସୃଷ୍ଟି ହେଉଥିବାରୁ ପୂଜା ଭାସିବା ଆଶଙ୍କା କରାଯାଉଛି । ଆସନ୍ତା ୨୦ ତାରିଖରେ ମହାଷଷ୍ଠୀ, ୨୪ରେ ଦଶହରା, ୨୫ରେ ଭସାଣ ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପର ରୂପରେଖ ଓ ତୀବ୍ରତା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।ବିହାର ଠାରୁ ଦକ୍ଷିଣ ବାଂଲାଦେଶ ପର୍ଯ୍ୟନ୍ତ ଏକ ଟ୍ରପଲାଇନ୍ ରହିଛି ।
ପ୍ରଭାବରେ ଆସନ୍ତା ୧୮ ବେଳକୁ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନ ରହିଛି । ଆସନ୍ତା ୧୯ରେ ଉତ୍ତର ଓଡ଼ିଶା ସମେତ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡର କିଛି ଅଞ୍ଚଳରେ ବର୍ଷା ହେବ ।ଅକ୍ଟୋବର ମାସରେ ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ର ହୁଡହୁଡ, ୨୦୧୮ରେ ତିତିଲି ବାତ୍ୟା ହୋଇଥିଲା । ଆଉ ଏବେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ହୋଇଛି । ଆଗକୁ କ’ଣ ମଡେଲ ଦେଖାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।