ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ବୁଧବାର ରାତିରେ ଦିଲ୍ଲୀର ନରେଲା ଅଞ୍ଚଳର ନବରାତ୍ରୀ ମେଳାରେ ବୈଷୟିକ ତ୍ରୁଟି ହେତୁ ପ୍ରାୟ 50 ଜଣ ଲୋକ ଫେରିସ୍ ଚକ ବା ରାମ ଦୋଳିରେ ଫସି ରହିଥିଲେ। ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୈଷୟିକ କର୍ମଚାରୀ ଏବଂ ଅନ୍ୟମାନଙ୍କ ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା।
ତେବେ ସୂଚନା ମୁତାବକ, ପାର୍ବଣରେ ବୁଲିବା ସହ ରାମଦୋଳିରେ ଖେଳିବାର ମଜା ନିଆରା । କିନ୍ତୁ ଯଦି ରାମଦୋଳିରେ ବସିଥିବା ବେଳେ ହଠାତ୍ ଅଟକି ଯାଏ ତେବେ କ’ଣ ହେବ ଟିକିଏ ଭାବନ୍ତୁ । ଦିଲ୍ଲୀର ନରେଲା ଅଂଚଳରେ ରାମଦୋଳିରେ ୫୦ରୁ ଅଧିକ ଲୋକ ବସିଥିବା ବେଳେ ହଠାତ୍ ରହିଯାଇଥିଲା । ତାକୁ ଘୁରାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇନଥିଲେ । ଆଉ ଏଭଳି ଅବସ୍ଥାରେ ୩୦ରୁ ୪୦ ଫୁଟ ଉଚ୍ଚତାରେ କିଛି ବ୍ୟକ୍ତି ଫସି ରହିଥିଲେ । ସେମାନେ ଉଦ୍ଧାର ପାଇଁ ଉପସ୍ଥିତ ଲୋକଙ୍କ ସହାୟତା ଲୋଡିଥିଲେ ।
ଏହାପରେ ସ୍ଥାନୀୟ ଲୋକ ଓ ପ୍ରଶାସନର ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ସେପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି