ପୁଣି ମୋଦି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ବିଶ୍ୱର ୧ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ମୋଦି ୧ନଂ ସ୍ଥାନରେ ପୂର୍ବଭଳି ରହିଛନ୍ତି। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ। ମର୍ଣ୍ଣିଂ କନସଲ୍ଟର ରିପୋର୍ଟକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଶେୟାର କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ପ୍ରିୟ ଓ ପ୍ରଂଶନୀୟ ନେତା ହେବାର ଆଖ୍ୟା ପାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୬% ରହିଛି।

ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋର ଅଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୧% ରହିଛି। ମାର୍ଚ୍ଚ ୨୨ରୁ ୨୮ ତାରିଖ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଥିବା ସଂସ୍ଥା କହିଛି। ତାଲିକାରେ ମୋଟ ୨୨ ଜଣ ନେତା ରହିଛନ୍ତି। ଶେଷ ରାଜନେତା ଜଣଙ୍କ ହେଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟେଓଲ। ତାଙ୍କ ଆପ୍ରୁଭାଲ ରେଟିଂ ୧୯% ରହିଛି। ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସେ, ୪ର୍ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ୫ମ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟ ରହିଛନ୍ତି। ବ୍ରାଜିଲର ଲୁଲା ଡା ସିଲିଭା ୬ଷ୍ଠ ସ୍ଥାନରେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧% ରେଟିଂ ପଏଣ୍ଟ ସହ ୭ମ ସ୍ଥାନରେ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ୩୪% ରେଟିଂ ପଏଣ୍ଟ ସହ ୧୩ନଂ ସ୍ଥାନରେ ଅଛନ୍ତି। ୨୦୨୧ ନଭେମ୍ବର ମାସରେ ମଧ୍ୟ ମୋଦି ଏହି ତାଲିକାରେ ୧ ନଂ ସ୍ଥାନରେ ଥିଲେ। ତାଙ୍କ ରେଟିଂ ପଏଣ୍ଟ ୬୬% ଥିଲା। ହେଲେ ଏବେ ତାଙ୍କ ଲୋକପ୍ରିୟତା ୭୬%କୁ ବୃଦ୍ଧି ପାଇଛି। ମର୍ଣ୍ଣିଂ କନସଲ୍ଟ ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ, ବ୍ରିଟେନ ଓ ଆମେରିକା ଭଳି ଦେଶର ନେତାମାନଙ୍କ ଲୋକପ୍ରିୟତାକୁ ଟ୍ରାକ କରି ରିପୋର୍ଟ ପ୍ରକାଶ କରିଛି। ସମାନ ସଂସ୍ଥା ୨୦୨୦ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୮୪%ରେ ପହଞ୍ଚିଥିବା କହିଥିଲା। ୨୦୨୧ ମେ’ ମାସରେ ଏହା ୬୩%କୁ ଖସିଥିଲା।

ଗତବର୍ଷ ମଧ୍ୟ ଆମେରିକାର ମର୍ନିଂ କନ୍‌ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ୭୫ ପ୍ରତିଶତ ଲୋକେ ମୋଦିଙ୍କୁ ପସନ୍ଦ କରିଥିବାବେଳେ ୨୦ ପ୍ରତିଶତ ନାପସନ୍ଦ କରିଥିଲେ। ସର୍ଭେରେ ତାଙ୍କୁ ୫୫ ରେଟିଂ ମିଳିଥିଲା। ବିଭିନ୍ନ ପ୍ରସଙ୍ଗରେ ଦକ୍ଷତା ପ୍ରଦର୍ଶନ ଓ କୋଭିଡ୍‌-୧୯ ପରିସ୍ଥିତି ସୁପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ପୁଣି ଥରେ ଲୋକପ୍ରିୟ ହୋଇପାରିଛନ୍ତି ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି। ୧୩ଟି ଦେଶର ନେତାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଜର୍ମାନ ଚାନସେଲର ଆଞ୍ଜେଲା ମାର୍କେଲଙ୍କୁ ୨୪ ପଏଣ୍ଟ ମିଳିଥିବାବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସର୍ବାଧିକ ନାପସନ୍ଦ ନେତା ବୋଲି ସର୍ଭେରୁ ଜଣାପଡିଥିଲା।

Leave A Reply

Your email address will not be published.