ଝାରସୁଗୁଡ଼ା(ଓଡ଼ିଆ ନ୍ୟୁଜ୍): ଆସନ୍ତାକାଲି କାଲି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳ। ଏନେଇ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଏହି ଗଣତି ହେବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୦ ରାଉଣ୍ଡ ଗଣତି ହେବ। ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହି ଗଣତିର ତଦାରଖ କରିବେ।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ହେବ। ସବୁ ଗେଟ୍ରେ ପୁଲିସ କର୍ମଚାରୀମାନେ ଜଗି ରହିବେ। ଗତକାଲି ମୋବାଇ ପେଟ୍ରୋଲିଂ ବୁଲିବ। ଏହା ସହ ଷ୍ଟ୍ରାଇକ୍ରିଂ ଫୋର୍ସ ମୁତୟନ ରହିବେ। ଷ୍ଟ୍ରଙ୍ଗ ସାମ୍ନାରେ ସିସିଟିଭି ଲଗା ଯାଇଛି। ରାଜନୈତିକ ଦଳ ପ୍ରତିନିଧିମାନେ ସେମାନେ କାଉଣ୍ଟିଂ ଦେଖି ପାରିବେ। କୌଣସି ଅସୁବିଧା ହେଲେ ସୁବ୍ କଲେକ୍ଟର ବା ରିଟଣ୍ଣିଂ ଅଫିସରଙ୍କୁ ସେମାନେ ଜଣାଇପାରିବେ।