ଆଜି ଅପରାହ୍ନରେ ପ୍ରକାଶ ପାଇବ ଆଇସିଏସଇର ଦଶମ ଶ୍ରେଣୀ ପରୀକ୍ଷା ଫଳ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ପ୍ରକାଶ ପାଇବ ଆଇସିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଦେଇ ସ୍କୋରକାର୍ଡ ଯାଞ୍ଚ କରିବା ସହ ଡାଉନଲୋଡ୍ କରିପାରିବେ। କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନ୍-ସିଆଇଏସସିଇ ପକ୍ଷରୁ ସୂଚନା ଦିଆଯାଇଛି ।

ସିଆଇଏସସିଇର ୱେବସାଇଟ cisce.org. results.cisce.org କିମ୍ବା results.nic.in ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହା ବ୍ୟତୀତ ମୋବାଇଲ୍ ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ନିଜ ନିଜର ପରୀକ୍ଷା ଫଳ ଜାଣିପାରିବେ ।

 

Leave A Reply

Your email address will not be published.