ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବାଙ୍ଗିରିପୋଷି ଘାଟିର ବିକଳ୍ପ ରାସ୍ତା ସମ୍ପୂର୍ଣ୍ଣ ହେବାକୁ ଯାଉଛି , ଘାଟି ରାସ୍ତା ଆଉ ଦେବନି ଦୁଃଖ। ମୟୂରଭଞ୍ଜ ଜିଲ୍ଲାର ଶ୍ରେଷ୍ଠ ମରଣଯନ୍ତା କହିଲେ ବାଙ୍ଗିରିପୋଷି ଘାଟି ରାସ୍ତା କୁ ବୁଝାଏ । ଏହି ଘାଟିଟି ମାତ୍ର ୭କିମି ବିଶିଷ୍ଟ ହୋଇଥିବା ବେଳେ ଏହି ଘାଟି ଦେଇ ୪୯ ନମ୍ବର ଜାତୀୟ ରାଜପଥ ଯାଇଛି ଯାହା ଫଳରେ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ସଂଖ୍ୟାରେ , ଯାତ୍ରୀବାହୀ ଯାନ ସହିତ ବହୁ ଭାରିଯାନ ଯାତାୟାତ ସହିତ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଅଗ୍ନିଶମ ବିଭାଗ, ବାଇକ୍ ସାଇକେଲ ଯାତାୟାତ କରିଥାନ୍ତି।
ଫଳରେ ଘାଟି ସହିତ ଖରାପ ରାସ୍ତା ଯୋଗୁଁ ଏଠାରେ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ହେଉଥିବା ବେଳେ ବହୁ ସମୟରେ ଭୟଙ୍କର ଦୁର୍ଘଟଣା ଘଟୁଅଛି। ଯାହା ଫଳରେ ବହୁ ନୀରିହ ଲୋକଙ୍କ ଜୀବନ ଯିବା ସହିତ ଧନସମ୍ପତ୍ତି ନଷ୍ଟ ହେଉଅଛି। ଏହି ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ଦିର୍ଘ ଦିନରୁ ମୟୂରଭଞ୍ଜ ବାସିଙ୍କ ମୁଖ୍ୟ ଦାବି ହୋଇଥିଲା ବେଳେ କିନ୍ତୁ ଏହାର କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇ ପାରୁନାହିଁ। ଏହି ରାସ୍ତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ତୁତୁ ମେଁ ମେଁ କରି ଲୋକଙ୍କୁ ଭୁଆଁ ବୁଲେଇବାରେ ବ୍ୟସ୍ତ ରହିଛନ୍ତି। ଫଳରେ ଏହି ଘାଟିରେ ଦୁର୍ଘଟଣା ପରେ ରାସ୍ତା ଜାମ୍ ହେଉଥିବା ଯୋଗୁଁ ଏହାର ବିକଳ୍ପ ରାସ୍ତା ଭାବରେ ରାଜ୍ୟ ସରକାର ବିଶୋଇ ଶଙ୍ଖାଭଙ୍ଗା କାତରା ରାସ୍ତାକୁ ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି।
ଯାହା ଫଳରେ ବାଙ୍ଗିରିପୋଷି ଘାଟିରେ ରାସ୍ତାରେ କୌଣସି ଅସୁବିଧା ହେଲେ ଏହି ରାସ୍ତାଦେଇ ଯାନବାହାନ ଚଳାଚଳ କରିପାରିବ ବୋଲି ଜଣାପଡିଛି। ଏହା ପ୍ରଥମ ପର୍ଯ୍ୟାୟରେ ବିଶୋଇରୁ ଶଙ୍ଖାଭଙ୍ଗା ପର୍ଯ୍ୟନ୍ତ କାର୍ଯ୍ୟ ୬୦/୭୦ ଶତକଡା କାର୍ଯ୍ୟ ସରିଥିବା ବେଳେ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେବବୋଲି ଜଣାପଡିଛି। ହେଲେ ବନ ବିଭାଗର ଅପାରଗତା ଯୋଗୁଁ ଅଳ୍ପ କିଛି ଗଛ ପାଇଁ ରାସ୍ତାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏଣିକି ବାଙ୍ଗିରିପୋଷି ଘାଟିରେ ସଡ଼କ ଜାମ୍ ହେଲେ ଉଭୟ ପଟରୁ ହାଲୁକା ଯାନ ଏହି ରାସ୍ତା ଦେଇ ଆରାମ ରେ ଯାଇ ପାରିବା ସହିତ ବିଶୋଇ ପଟୁ ଛଟବସ ମଧ୍ୟ ଯାଇପାରିବ ବୋଲି ଏହି କାର୍ଯ୍ୟକରୁଥିବା ସତେନ୍ଦ୍ର ପ୍ରସାଦ କମ୍ପାନୀର ଅଧିକାରୀ (side Incharge) ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଏହି କାର୍ଯ୍ୟ ସରିବା ସହିତ ହାଲୁକା ଓ ମଧ୍ୟମ ଭାରିଯାନ ଯାତାୟତ କରିପାରିବ ବୋଲି ମଧ୍ୟ Iଅଧିକାରୀ ପ୍ରକାଶ କରିଛନ୍ତି।