ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟପାଳ ରଘୁବର ଦାସ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ପରିଦର୍ଶନ କରିଥିଲେ ଏବଂ 9 ନଭେମ୍ବର, 2023 ରେ ତାଙ୍କୁ ଗଭୀର ଦୀପାବଳି ଶୁଭେଚ୍ଛା ଜଣାଇଥିଲେ।

ନବୀନ ନିବାସରେ ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଉଭୟଙ୍କ ଭେଟଘାଟ ସୌଜନ୍ୟମୂଳକ ବୋଲି କୁହାଯାଉଛି । ନୂଆଦିଲ୍ଲୀରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଛନ୍ତି ରଘୁବର । ଏହି ଅବସରରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି । ଗତ ଅକ୍ଟୋବର ୩୧ ତାରିଖରେ ଓଡିଶାର ୨୬ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ରଘୁବର ଦାସ । ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରଘୁବରଙ୍କୁ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ ।

ପ୍ରଭୁ ଜଗନ୍ନାଥ, ବାବା ଲିଙ୍ଗରାଜ ଓ ମା’ ଭୁବନେଶ୍ଵରୀଙ୍କ ଦର୍ଶନ କରି ରାଜ୍ୟପାଳ ଭାବେ ଶପଥ ନେଇଥିଲେ ରଘୁବର । ବିଧିବଦ୍ଧ ଶପଥ ନେବା ପରେ ଗତ ୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନବନିଯୁକ୍ତ ରାଜ୍ୟପାଳ ସାକ୍ଷାତ କରିଥିଲ । ନୂଆଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସେ ଆଲୋଚନା କରିଥିଲେ ।ରାଷ୍ଟ୍ରପତି ଓଡିଶା ନିବାସୀ ହୋଇଥିବାରୁ ଓଡିଶାର ବିକାଶ ନେଇ ତାଙ୍କର ମାର୍ଗଦର୍ଶନ ସହାୟକ ହେବ । ଓଡିଶାର ବିକାଶ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ମାର୍ଗଦର୍ଶନ ପ୍ରାପ୍ତ କରିଥିବା ରାଜ୍ୟପାଳ କହିଥିଲେ ।

Leave A Reply

Your email address will not be published.