ଓଡ଼ିଆ ନ୍ୟୁଜ,କେନ୍ଦ୍ରାପଡା : ସ୍କୁଲ କମିଟି କୁ ଅନ୍ଧାର ରେ ରଖି ଚାଲିଛି ମରାମତି କାର୍ଯ୍ୟ,ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ସହମତିରେ କାର୍ଯ୍ୟହେଉଥିବା ର ଦାବି କଲା କମିଟି l କେନ୍ଦ୍ରାପଡା ଶିକ୍ଷା ଜିଲ୍ଲା ର ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ କଂସାର ବଡ଼ଦାଣ୍ଡୁଆ ପଂଚାୟତସ୍ଥ ସଦର କଂସାର ପ୍ରାଥମିକ ବିଦ୍ୟାଳୟ ରେ ମରାମତି କାର୍ଯ୍ୟ ହେଉଛି l
କାର୍ଯ୍ୟ ହେବା ନେଇ କମିଟି ବୈଠକ ଅନୁଷ୍ଠିତ ହୋଇନାହିଁ କିମ୍ବା ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ କମିଟି କୁ ଜଣାଇ ନାହାଁନ୍ତି ବୋଲି ଖୋଦ କମିଟି ମୁଖିଆ କ୍ୟାମେରା ଆଗରେ କହିଛନ୍ତି l ଏସମ୍ବନ୍ଧରେ ବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି l ଦୁଃଖ ଓ ପରିତାପର ବିଷୟ ସ୍କୁଲ ପରିଚାଳନା କମିଟି ର ଅଗୋଚରରେ କାମ ହେଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ନୀରବତା ନେଇ ସନ୍ଦେହ ସୃଷ୍ଟି ହୋଇଛି l କେଉଁ ପାଣ୍ଠିର ପଇସା ଓ କେତେ ପରିମାଣ ର ଅନୁଦାନ ରାଶି ଓ କି କି କାର୍ଯ୍ୟ ହେବ ଆଦୌ ଜାଣି ନଥିବାର ସ୍କୁଲ ପ୍ରେସିଡେଣ୍ଟ କହନ୍ତି l
କେହି କେହି ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟତ୍ରୀ ଙ୍କ ମୌନତା ପାଇଁ 1ଲକ୍ଷ 98ହଜାର ଟଙ୍କାରେ ନିମ୍ନ ମାନର କାର୍ଯ୍ୟ କରାଇ ଠିକାଦାର ବିଲ କରିବା ପାଇଁ ମସୁଧା ଚଳାଇଥିବାର ଅଭିଯୋଗ ଉଠାଉଛନ୍ତି l ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବିଦ୍ୟାଳୟ ରେ ବୈଠକ ବସୁଛି କି କଳେ ବଳେ ଅନୁଦାନ ରାଶି ଚଳୁ କରିବା ପାଇଁ ଠିକାଦାର ମୋଟା ଅଙ୍କର ପିସି ଦେଇ ବିଲ ହାତଉଛନ୍ତି l(