ଦହିବରା ଫ୍ୟାନ୍ ହେଲେ ସେଫ୍ ବିକାଶ

0

ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ: ଓଡିଶାର ଅନ୍ୟତମ ପ୍ରସିଦ୍ଧ ଷ୍ଟ୍ରିଟ୍ ଖାଦ୍ୟ ଡାହିବାରା ଆଲୁ ଦମ୍ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ରୋଷେୟା ବିକାଶ ଖାନ୍ନାରେ ଏକ ନୂତନ ପ୍ରଶଂସକ ପାଇଲେ। ଦହିବରା… ନାଁ ଯେମିତି ସ୍ବାଦ ସେମିତି । ଏବେ ଏହାର ଫ୍ୟାନ ହୋଇଯାଇଛନ୍ତି ଷ୍ଟାର ସେଫ୍‌ ବିକାଶ ଖନ୍ନା । ନିକଟରେ ଓଡ଼ିଶା ଗସ୍ତ କରିଥିବା ସେଫ ବିକାଶ ଖନ୍ନା ରାସ୍ତା କଡ଼ରେ ଥିବା ଦହିବରା ଦୋକାନକୁ ଦେଖି ଗାଡ଼ିକୁ ଅଟକାଇଥିଲେ । ତା’ ପରେ ଦହିବରାକୁ ମନଭରି ଖାଇଥିଲେ । ଆଉ ଭୁରି ଭୁରି ପ୍ରଶଂସା ବି କରିଥିଲେ ।

ଯାହାର ଏକ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ତେବେ ସେଫ ବିକାଶ ଖନ୍ନା ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓରେ ଦହିବରା ଖାଉଥିବାର ଦେଖିବାକୁ ମିଳିଛି । ଆଉ ଦହିବରାର ପ୍ରଶଂସା ମଧ୍ୟ କରୁଛନ୍ତି । ଏଥିସହ ଭିଡିଓରେ ସେଫ ଖନ୍ନା ଦହିବରା ପ୍ରସ୍ତୁତିର ପ୍ରଣାଳୀ ପଚାରି ବୁଝିବା ସହ ସେଥିରେ ପଡ଼ିଥିବା ସମସ୍ତ ଉପାଦାନ ବିଷୟରେ ବୁଝୁଥିବାର ଦେଖିବାକୁ ମିଳିଛି ।ସେ କେବଳ ଦହିବରା ଖାଇନାହାନ୍ତି । ବରଂ ଓଡିଶାରୁ ମୁମ୍ବାଇ ଫେରିବା ପରେ ଦହିବରାକୁ ନିଜେ ପ୍ରସ୍ତୁତ କରିଛନ୍ତି । ଆଉ ଏହାର ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ତାଙ୍କର ଏହି ଭିଡିଓରେ କ୍ୟାପସନ ଦେଇ ଲେଖିଛନ୍ତି ଯେ,” ଓଡିଶାର ମୋର ପ୍ରିୟ ଖାଦ୍ୟକୁ ପୁଣିଥରେ ରିକ୍ରିଏଟ କଲି” । ଭିଡିଓରେ ସେଫ ବିକାଶ ଦହିବରା ପ୍ରସ୍ତୁତ କରିଥିବାର ଦେଖିବାକୁ ମିଳିଛି ।

ତା’ପରେ ସେ ଆଳୁ ଦମ୍ ଏବଂ ଦହି ଲଙ୍କା ତିଆରି କରିଥିଲେ ଯେପରି ଦୋକାନରେ ବନାଯାଉଛି । ଏହାପରେ ସେ ଦହିବରାକୁ ପ୍ଲେଟରେ ସଜାଇ ନିଜେ ଖାଇବା ସହ ଅନ୍ୟ ଜଣେ ସେଫଙ୍କୁ ମଧ୍ୟ ଖାଇବାକୁ ଦେଇଥିବାର ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ଗୋଟିଏ ଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଥିବା ବେଳେ ଏଥିରେ 360Kରୁ ଅଧିକ ଭ୍ୟୁଜ୍‌ ଏବଂ 27,000ରୁ ଅଧିକ ଲାଇକ୍ ଯାଇଛି ।

Leave A Reply

Your email address will not be published.