ଖୋଲିଲା ସ୍କୁଲ, ଆଜିଠୁ କ୍ଲାସ ରୁମ୍ ପାଠପଢା

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ୧୧ ଦିନିଆ ଖରା ଛୁଟି ପରେ ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ । ଆଜିଠୁ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ୍ ପାଠପଢା ଆରମ୍ଭ ହୋଇଛି । ପୂର୍ବ ପରି ୧୦ଟାରୁ ଅପରାହ୍ଣ ୪ଟା ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ଶିକ୍ଷକ ଶିକ୍ଷୟିତ୍ରୀ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିଛନ୍ତି । ଅପରାହ୍ଣ ୪ଟା ୩୦ ଯାଏଁ ସ୍କୁଲରେ ଉପସ୍ଥିତ ରହିବେ । ୨୦୨୨-୨୩ ଶିକ୍ଷାବର୍ଷ ଯେପରି ଠିକ୍ ଭାବେ ପରିଚାଳିତ ହୋଇପାରିବ, ସେନେଇ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ଆଜି ପ୍ରଥମ ଦିନରେ ପ୍ରଧାନ ଶିକ୍ଷକମାନେ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ଟାଇମ୍ ଟେବୁଲ, ଲେସନ୍ ନୋଟ୍ ଆଦି ପ୍ରସ୍ତୁତ କରିବେ । ପିଲାଙ୍କ ପଢା ଓ ପରୀକ୍ଷା ଶେଷ ହୋଇନଥିବାରୁ ଠିକ୍ ସମୟରେ ପିଲାଙ୍କ ପାଠ ପଢା ସାରି ପରୀକ୍ଷା କରିବା ପାଇଁ ବିଭାଗ ପଦକ୍ଷେପ ନେଇଛି । ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଥିଲା ।

Leave A Reply

Your email address will not be published.