ପଟିଆ ରେଲେଓ୍ଵ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ପଟିଆ ରେଲେଓ୍ଵ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ଗିରଫ । ବାଙ୍କୀ ପଦନପୁରରୁ ଅଭିଯୁକ୍ତ ବୁଲୁ ମଲ୍ଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ରେଳବାଇ ପୋଲିସ । ସେ ପଟିଆ ଅଞ୍ଚଳରେ ଏକ ମାଛ ଦୋକାନରେ କାମ କରେ । ରାଜ୍ୟ ବାହାରକୁ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ଗିରଫ କରିଛି ପୋଲିସ । ଗତ ୧୮ ତାରିଖରେ ମୁଖ୍ୟ ଅଭିଯୁକ୍ତ କାହ୍ନା ଓରଫ କୃଷ୍ଣଚନ୍ଦ୍ର ମଲିକ ଗିରଫ ହୋଇଥିଲା।

୧୬ ତାରିଖ ସନ୍ଧ୍ୟାରେ ଦୁଇ ନାବାଳିକା ପଟିଆ ଷ୍ଟେସନ ନିକଟକୁ ବୁଲିବାକୁ ଆସିଥିଲେ । ସେମାନଙ୍କୁ ଅପହରଣ ପରେ ପଟିଆ ରେଲୱେ ଫୁଟ ଓଭରବ୍ରିଜ ନିକଟରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ବାବଦରେ କାହାକୁ ନ କହିବା ପାଇଁ ପୀଡ଼ିତାଙ୍କ ପରିବାରକୁ ଧମକ ଦେବାକୁ ପଛାଇ ନଥିଲେ ଦୁର୍ବୃତ୍ତ । ଚାଇଲଡ ଲାଇନ ସହାୟତାରେ ପୀଡ଼ିତାଙ୍କ ପରିବାର ପ୍ରଥମେ ଇନଫୋସିଟି ପରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାକୁ ଯାଇ ବିଫଳ ହୋଇଥିଲେ । GRP ଥାନାରେ ଅଭିଯୋଗ ପରେ ଘଟଣାକୁ ଗୁରୁତ୍ୱର ସହ ନେଇ GRP ଓ ସ୍ପେଶାଲ ସ୍କ୍ଵାଡ ଟିମ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ତଦନ୍ତ ଚଳାଇଥିଲା।

Leave A Reply

Your email address will not be published.