ବିଜେପି ରାଜ୍ୟ କାର୍ଯ୍ୟକାରିଣୀକୁ ନେଇ ବିଜେଡି କହିଲା ସେମାନେ ରୁଟିନ ୱାର୍କ କରୁଛନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପି ରାଜ୍ୟ କାର୍ଯ୍ୟକାରିଣୀକୁ ନେଇ ବିଜେଡି କହିଲା ବିଜେପି ଲୋକଙ୍କ ପାଖାକୁ ଯିବାର ସାହାସ ନାହିଁ । ସେମାନେ ରୁଟିନ ୱାର୍କ କରୁଛନ୍ତି। ଅଫିସରେ ବସି ସାମ୍ବାଦିକ ସମ୍ମିଳନୀ କରିବା ବିଜେପିର କାମ । ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ପାଖରେ ଅଛନ୍ତି। ପ୍ରସଙ୍ଗକୁ କେବଳ ଗଣ ମାଧ୍ୟମରେ ଉଠାଇବା ବିଜେପିର କାମ। ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଓଡିଶା ପ୍ରଥମ । ବିରୋଧୀ ଦଳ କାମ ବିରୋଧ କରିବା।

କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ପ୍ରତିକ୍ରିୟା

ବିଜେପିକୁ ଓଡ଼ିଶାବାସୀ ୨୦୧୯ରେ ବିରୋଧୀ ଦଳର ଦାୟିତ୍ୱ ଦେଇଥିଲେ। ହେଲେ ବିଧାନସଭାକୁ ଦେଖିଲେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର କାମ କରୁଛି ଆପଣ ଜାଣିପାରିବେ।।ବିଜେପି ଓ ବିଜେଡି ଗୋଟିଏ ମୁଦ୍ରର ଦୁଇଟି ପାର୍ଶ୍ଵ।ତେଣୁ ଯୁବକ ଓ ଚାଷୀ ଉଭୟ ଦଳଠାରୁ ମୁହଁ ଫେରାଇଲେଣି। ନିର୍ବାଚନ ଆସିଲେ ଉଭୟ ଉଭୟକୁ ବିରୋଧ କରନ୍ତି । ନିର୍ବାଚନ ସରିଗଲେ କଳାକୋଳି ହୋଇ ଏକାଠି ବ୍ୟବସାୟ କରନ୍ତି।ଲୋକଙ୍କୁ ଭ୍ରମିତ କରିବା ପାଇଁ ବିଜେପି କାର୍ଯ୍ୟକାରିଣୀ କରୁଛି। ପ୍ରଥମେ 2019 ରେ ଲୋକ ଦେଇଥିବା ଦାୟିତ୍ୱ କେତେ ତୁଲେଇଛନ୍ତି ତାର ଉତ୍ତର ଦେଉ ବିଜେପି।

Leave A Reply

Your email address will not be published.