ସଙ୍କଟ ଟାଳିବାକୁ ଭାରତୀୟ ବ୍ୟାଙ୍କରୁ ଋଣ କରିବେ ଶ୍ରୀଲଙ୍କା ସରକାର

0

 ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ବୈଦେଶିକ ମୁଦ୍ରାକୁ ନେଇ ଶ୍ରୀଲଙ୍କାରେ ଜାରି ରହିଥିବା ସଙ୍କଟକୁ କିଛିମାତ୍ରାରେ ଦୂର କରିବାକୁ ଭାରତୀୟ ବ୍ୟାଙ୍କରୁ ଋଣ କରିବେ ଶ୍ରୀଲଙ୍କା ସରକାର । ମନ୍ତ୍ରୀମଣ୍ଡଳ ପେଟ୍ରୋଲିୟମ ଉତ୍ପାଦ କିଣିବା ପାଇଁ ଭାରତୀୟ ଏକ୍ସିମ ବ୍ୟାଙ୍କରୁ ୫୦ କୋଟି ଆମେରିକୀୟ ଡଲାର ଋଣ ନେବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଦେଶରେ ଥିବା ବୈଦେଶିକ ମୁଦ୍ରାର ସଙ୍କଟ ଭିତରେ ଟଙ୍କା ଦେବାରେ ଅନେକ ଅସୁବିଧା ଦେଖାଦେଇଛି । ଦେଶର ଶକ୍ତିମନ୍ତ୍ରୀ କଞ୍ଚନା ବିଜେସକୋରା ମଙ୍ଗଳବାର କହିଛନ୍ତି, ସୋମବାର ମନ୍ତ୍ରୀମଣ୍ଡଳର ବୈଠକରେ ଇନ୍ଧନ କିଣିବା ପାଇଁ ଭାରତୀୟ ଏକ୍ସିମ ବ୍ୟାଙ୍କରୁ ଋଣ ନେବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଶ୍ରୀଲଙ୍କା ପ୍ରଥମେ ତେଲ କିଣିବା ପାଇଁ ଭାରତୀୟ ଏକ୍ସିମ ବ୍ୟାଙ୍କରୁ ୫୦ କୋଟି ଆମେରିକୀୟ ଡଲାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୨୦ କୋଟି ଡଲାର ମିଳିସାରିଛି ।

Leave A Reply

Your email address will not be published.