ମାଳଦ୍ୱୀପରେ ସପରିବାରେ ଆଶ୍ରୟ ନେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ । ସଙ୍କଟ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ସପରିବାରେ ଦେଶ ଛାଡ଼ି ପଳାଇଛନ୍ତି। ଏବେ ସେ ଯାଇ ମାଳଦ୍ୱୀପର ରାଜଧାନୀ ମାଲେରେ ଆଶ୍ରୟ ନେଇଥିବା କୁହାଯାଉଛି। ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନ କବଜା କରିବା ପରେ ଗୋଟବାୟା ଭୟଭିତ ଥିଲେ। ଆନ୍ଦୋଳନକାରୀ ଗୋଟାବାୟାଙ୍କ ଇସ୍ତାଫା ଦାବି କରୁଥିଲେ। ତେବେ ସେ ଶ୍ରୀଲଙ୍କାରେ କୁଆଡ଼େ ଆଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଖବର ଆସୁଥିଲା । ଏବେ କିନ୍ତୁ ସେ ଦେଶ ଛାଡ଼ି ପଳାଇଥିବା ଖବର ସାମ୍ନାକୁ ଆସିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୋଟାବାୟା ରାଜପକ୍ସେ ତାଙ୍କ ପତ୍ନୀ, ଅଙ୍ଗରକ୍ଷୀ ଏବଂ ପାଇଲଟଙ୍କ ସହ ମାଲଦ୍ୱୀପରେ ପହଞ୍ଚିଛନ୍ତି। ଗୋଟବାୟା ବିଦେଶ ଯିବା ପୁର୍ବରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ଏ ବିଷୟରେ ସଂସଦରେ ବାଚସ୍ପତି ଘୋଷଣା କରିବେ। କୁହାଯାଉଛି ଯେ ଶ୍ରୀଲଙ୍କାରୁ ଖସିଯିବା ପାଇଁ ସେ ବାୟୁସେନା ବିମାନ ଏଏନ-୩୨ ବ୍ୟବହାର କରିଥିଲେ। ଏହାପୂର୍ବରୁ ସେ ଶ୍ରୀଲଙ୍କାରେ ଲୁଚି ରହିଥିଲେ। ଗୋଟାବାୟା ରାଜପକ୍ସେଙ୍କ ଇସ୍ତଫା ପରେ ଦେଶରେ କାମଚଳା ରାଷ୍ଟ୍ରପତି ଭାବରେ ସଂସଦର ବାଚସ୍ପତି ମହିନ୍ଦା ୟାପ ଅଭୟୱର୍ଡାନା କାର୍ୟ୍ୟ କରିବେ।

Leave A Reply

Your email address will not be published.