ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦାଉ ସାଧୁଛି ଜଉ ପୋକ ।ପ୍ରଶାସନ ଚୂପ ,ନୀରବଦ୍ରଷ୍ଟା । ଚାଷୀଙ୍କୁ ଦାଉ ସାଧୁଛି ଜଉ ପୋକ l ଉଜୁଡି ଯାଉଛି ଚାଷୀର ସୁନାର ଫସଲ l ବିଲରେ ଜଉ ପୋକ ଲାଗି ଧାନ ଫସଲନଷ୍ଟ ହେଉଛି l ଏବେ ଧାନ ପେଣ୍ଡିରୁ କ୍ଷୀର ଛାଡିବା ସମୟ l ଠିକ ଏତିକି ବେଳେ ଧାନ ଗଛକୁ ସତେ ଯେମିତି କାହାର ନଜର ଲାଗିଯାଇଛି l ବିଲରେ ଜଉ ପୋକ ଲାଗି ଧାନ ଗଛ ଗୁଡିକୁ ସବୁ ଖାଇଯାଉଛନ୍ତି l ଚାଷୀ ମୁଣ୍ଡରେ ସତେ ଯେମିତି ଚଡକ ପଡିଛି l ବର୍ଷ କର ଆହାର କୁ ନଷ୍ଟ ହେଉଥିବାର ଦେଖି ମୁଣ୍ଡରେ ହାତ ଦେଇ ବିଲ ମୁଣ୍ଡରେ ବସିଛି ଚାଷୀ l ଏହି ବାବଦରେ ବାରମ୍ବାର କୃଷି ଅଧିକାରୀ ଙ୍କୁ ଅଭିଯୋଗ କରିଲା ପରେ କୃଷି ଅଧିକାରୀ ଆସି ଧାନ ବିଲ ପରିଦର୍ଶନ କରିବା ପରେ ଯାହା କହୁଛନ୍ତି ତାହା ଶୁଣି ହରଡ଼ ଘଣାରେ ଏବେ ଚାଷୀ l
ଇଏ ହେଉଛି ସାଲେପୁର ବ୍ଲକ ସିଢ଼ୋ ପଞ୍ଚାୟତ ଛୋଟିନଟରା ଗ୍ରାମର ଧାନ ବିଲର ଦୃଶ୍ୟ l ବିଲରେ ଜଉ ପୋକ ଓ ଚକଡା ପୋକ ଲାଗି ଧାନ ଗଛର ଅବସ୍ଥା କିଭଳି ହୋଇଛି l ଏହି ବାବଦରେ କୃଷି ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଲେ ପରେ କୃଷି ଅଧିକାରୀ ଆସି କହୁଛନ୍ତି କି ଏହି ପୋକ ପନ୍ଦର ଦିନ ହେବ ଲାଗିଲେଣି ଏ ସମୟରେ ଔଷଧ ପକେଇ କିଛି ଲାଭ ନାହିଁ l ଆପଣ ହଳଦିଆ ଅଠାଳିଆ ଯନ୍ତା ବସାନ୍ତୁ ବା ଧାନ ବିଲ ପାଇ କାଟିକି ଔଷଧ ସିଞ୍ଚନ କରନ୍ତୁ ନଚେତ ପ୍ରଧାନ ମନ୍ତ୍ରୀ ଫସଲ ବୀମା କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ l ଏପଟେ ବୀମା କମ୍ପାନୀ ସହ ଯୋଗାଯୋଗ କରିଲେ ସେମାନେ କହୁଛନ୍ତି କି କେବଳ ପ୍ରାକୃତିକ ବିପର୍ଯୟ ରେ ଖେୟକ୍ଷତି ହେଲା ସହାୟତା ମିଳିବ ବୋଲି କହୁଛନ୍ତି l
ଏହା ଶୁଣି ହରଡ଼ଘଣାରେ ଏବେ ଚାଷୀ । ଉଡ଼ା ଜଉ ପୋକ ଓ ଚକଡା ପୋକ ଙ୍କୁ କଣ ଯନ୍ତା ବସାଇ ଧରି ହେବ କି ତାହା ଏବେ ଚାଷୀଙ୍କ ମାନେରେ ପ୍ରଶ୍ନବାଚୀ ସୃଷ୍ଟିକରବା ସହ ତିନି ଚାରି ଫୁଟ ଉଚ୍ଚତା ବିଶିଷ୍ଟ ଧାନ ଗଛରେ କିଭଳି ଔଷଧ ପଡିବ ଏବଂ ସରକାର ଙ୍କ ତରଫରୁ ଯଦି ଫସଲ ବୀମା କରାଗଲା ତାହାର ସୁଫଳ ଯଦି ଏହି ସମୟରେ ନ ପାଇବେ ବୀମା ହେଉଥିଲା କାହିଁକ ବୋଲି ଚାଷୀ ମାନେ କହୁଛନ୍ତି lଯଦି କୃଷିଅଧିକାରୀ କି ପ୍ରଧାନ ମନ୍ତ୍ରୀ ଫସଲ ବୀମା କର୍ମଚାରୀ ଏହି ଚାଷୀ ମାନଙ୍କ ପ୍ରତି ସଠିକ ଭାବେ ଦୃଷ୍ଟି ଦିଅନ୍ତେ ଚାଷୀ ମାନେ ଉପକୃତ ହୁଅନ୍ତେ lଦେଖାଯାଉ ଖବର ପ୍ରସାରଣ ପରେ କେତେ ତତ୍ପରତା ଅବଲମ୍ବନ କରୁଛନ୍ତି କୃଷି ବିଭାଗ l