ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୯ତମ ଚାରିଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୩ ଉଦଯାପିତ | ରାଇରଙ୍ଗପୁର ଉପଖଣ୍ଡ ଆଦିମ ଅଭେନ ମାର୍ସାଲ କ୍ଲବ ଆନୁକୂଲ୍ୟରେ ପୁରୁଣାପାଣି ଅଧିନସ୍ଥ ମୁର୍ଗାଘୁଟୁ ଠାରେ ୨୯ତମ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇ ୧୯ ତାରିଖରେ ଉଦଯାପିତ ହୋଇଯାଇଛି | ଏଥିରେ ରାଇରଙ୍ଗପୁର ଉପଖଣ୍ଡର ପାଖାପାଖି ଅଞ୍ଚଳରୁ ୬୪ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ |
ଉକ୍ତ ପ୍ରତିଯୋଗିତାର ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ପୁରୁଣାପାଣି ଗ୍ରାମ ପଞ୍ଚାୟତ ସରପଞ୍ଚ ବାଲିମଣି ଟୁଡୁ, ଗାଁ ମୁଖିଆ ନାରାୟଣ ସୋରେନ, ତାମଳବନ୍ଧ ପଞ୍ଚାୟତ ସମିତି ସଭ୍ୟ ଝୁଲୁମଣି ଗିରି, ମୁର୍ଗାଘୁଟୁ ଗାଁର ଦାସମାତ ସିଂ ଓ ପୂର୍ବତନ ସରପଞ୍ଚ ପୋଖରିଆର ମାନସିଂ ଟୁଡୁ ପ୍ରମୁଖ ଯୋଗଦାନ କରିଥିଲେ | ଫୁଟବଲ ଖେଳରେ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଭାବେ ` ଖାସି ´ ପ୍ରଦାନ କରାଯାଇଥିଲା | ଏଥିରେ ପ୍ରଥମ ଭାବେ ମହିସକୁଦର, ଦ୍ବିତୀୟ ଦାଣ୍ଡବୋଷ, ତୃତୀୟ ପଥରକଟା, ଚତୁର୍ଥ ବେଲପୋଷି, ପଞ୍ଚମ ଗୁଲତାଘୁଟୁ ଓ ଷଷ୍ଠ ଭାବେ ଜାନତେ ଦଳଙ୍କୁ `ଖାସି´ଦେଇ ପୁରସ୍କୃତ କରାଯାଇଥିଲା |
ଏହି ଭବ୍ୟ କାର୍ଯ୍ୟକ୍ରମରେ କମିଟୀର ସଭାପତି ରଘୁନାଥ ମୁର୍ମୁ, ସଂପାଦକ ମାନସିଂ ବାସ୍କେ, ଉପସଭାପତି ଭୁନ୍ଦ ସୋରେନ, ସୁନିଲ ହେମ୍ବ୍ରମ, ସହସଂପାଦକ ସଂଗ୍ରାମ ମୁର୍ମୁ, ଭଗବାନ ମୁର୍ମୁ ତଥା କାର୍ଯ୍ୟକାରୀ ସଦସ୍ୟ ନାରାୟଣ ସୋରେନ, ଖୁଦୀରାମ ମୁର୍ମୁ, ସାଲଖୁରାମ ମୁର୍ମୁ, ଚୁନା କିସ୍କୁ, କସ୍ତୁରୀ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ | ପୁରସ୍କାର ବିତରଣୀ ପର୍ବରେ ସଭା ପରିଚାଳନା ମାନସିଂ ଟୁଡୁ କରିଥିବା ବେଳେ ସିନ୍ଦୁରାମ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ |