ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ଶିବ ମନ୍ଦିର ଯିବନ୍ ଗଞ୍ଜେଇ ଭୋଗ, କଟକଣା ଲଗାଇଲେ ରାଜ୍ୟ ସରକାର । ଭୋଳାନାଥଙ୍କ ପାଖରେ ଲାଗିହେବନି ଗଞ୍ଜେଇ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କଟକଣା ଲଗାଯାଇଛି । ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏହି ଚିଠି ଲେଖିଛନ୍ତି । କଟକଣା ପରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଶୈବ ପୀଠରେ ଗଂଜେଇ ଭୋଗ ନାଁରେ ନିଶା କାରବାର ଚାଲିଥିଲା ।
ସୂଚନା ଅନୁସାରେ ଶୈବ ପୀଠରେ ଗଞ୍ଜେଇ ବ୍ୟବହାର ବନ୍ଦ କରିବା ପାଇଁ, ଆବଶ୍ୟକୀୟ ପଦକ୍ଷେପ ନେବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ବାବା ବଳିଆ ଟ୍ରଷ୍ଟ ପକ୍ଷରୁ ଚିଠି ଲେଖି ଅନୁରୋଧ କରାଯାଇଥିଲା । ଆଉ ଏବେ ରାଜ୍ୟ ସରକାର ଶିବ ମନ୍ଦିିରରେ ଗଞ୍ଜେଇ ବ୍ୟବହାର ଉପରେ, କଟକଣା ଲଗାଇବାକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ବାବା ବଳିଆ । କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସହଜରେ ଗ୍ରହଣ କରିପାରି ନାହାନ୍ତି, ବିଭିନ୍ନ ଶିବ ମନ୍ଦିରର ପୂଜକ ଓ ଶ୍ରଦ୍ଧାଳୁ ।