୩ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୩ ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୯୦ ବ୍ୟାଚର ୩ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଡିଜି ପହ୍ୟାକୁ ପଦୋନ୍ନତି ମିଳିଥିବାବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରିନିଆଙ୍କୁ ଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ଏହି ପଦୋନ୍ନତି ସହ ଡିଜି ପାହ୍ୟାରେ ଏବେ ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କୁ ମିଶାଇ ମୋଟ ୯ଜଣ ବରିଷ୍ଠ ଆଇପିଏସ୍ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ଜଣ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ।

୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦ ଓ ବି.ରାଧିକା ଏବଂ ୧୯୯୦ ବ୍ୟାଚ୍ ଆଇପିଏସ୍ ୱାଇ ବି ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଅନ୍ୟ ୨ଜଣ ଡିଜି ପାହ୍ୟା ଅଫିସର ୧୯୮୮ ବ୍ୟାଚର ଅରୁଣ କୁମାର ରାୟ ଓ ୧୯୮୯ ବ୍ୟାଚର ଏସ.ଏମ୍ ନରୱଣେଙ୍କୁ ରାଜ୍ୟ ସରକାର ଗତ ସପ୍ତାହରେ ଅପ୍ରତ୍ୟାଶିତ ଢଙ୍ଗରେ ଗୃହ ବିଭାଗର ଓଏସଡି ଭାବେ ପନିସମେଂଟ ପୋଷ୍ଟିଂ ଦେଇଛନ୍ତି ।

Leave A Reply

Your email address will not be published.