ହକି ଇଣ୍ଡିଆ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲା ରାଜ୍ୟ ହକି ସଂଘ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ହକି ଇଣ୍ଡିଆ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲା ରାଜ୍ୟ ହକି ସଂଘ। ହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହକି ଆସୋସିଏସନ୍ ର ସଦସ୍ୟମାନେ ଉପସ୍ଥିତ ଥିଲେ । ହକି ଇଣ୍ଡିଆ ବା ଜାତୀୟ ହକି ସଂଘ ସର୍ବଦା ହକି ଓଡ଼ିଶା ତଥା ରାଜ୍ୟ ସଂଘକୁ ଅଣଦେଖା କରୁଛନ୍ତି । ଏପରିକି ଓଡ଼ିଶା ସଂଘକୁ ଜାତୀୟ ସଂଘରୁ ବାଦ୍ ଦେବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଏ ସମ୍ପର୍କରେ ଏକ ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏହି ଷଡଯନ୍ତ୍ରରେ ଓଡ଼ିଶାର ବ୍ୟକ୍ତିମାନଙ୍କର ସଂପୃକ୍ତି ରହିଛି ।

ଓଡ଼ିଶା ସରକାର ହକିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ସେହି ଅର୍ଥକୁ ସଦୂପଯୋଗ କରାନଯାଇ ଦୁରପଯୋଗ କରାଯାଉଛି । ଓଡ଼ିଶାର କେତେକ ବରିଷ୍ଠ ଅଧିକାରୀମାନେ ହକି ଇଣ୍ଡିଆ ଅର୍ଥରେ ନିଜ ପରିବାର ସହ ବିଦେଶ ଗସ୍ତ କରିଛନ୍ତି । ଏପରିକି ହକି ଇଣ୍ଡିଆର ଅଡିଟ ରିପୋର୍ଟ ପ୍ରକାଶ କରାନଯାଇ ଗୋପନୀୟ ରଖାଯାଇଛି ବୋଲି ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥି ହକି ଇଣ୍ଡିଆ ବିରୁଦ୍ଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

Leave A Reply

Your email address will not be published.