ପୀଡ଼ିତାଙ୍କ ନାମ ହଟାଇବାକୁ ୱିକିପିଡିଆକୁ କହିଲେ ସୁପ୍ରିମ୍‌କୋର୍ଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରଜି କର ମେଡିକାଲ୍‌ର ମୃତ ଟ୍ରେନି ଡାକ୍ତରଙ୍କ ନାମ ହଟାଇବାକୁ ୱିକିପିଡ଼ିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ସିବିଆଇର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଭିନ୍ନ ପ୍ଲାଟଫର୍ମରେ ପୀଡିତାଙ୍କ ନିର୍ଦ୍ଦିଷ୍ଟ ହେୟାର ଷ୍ଟାଇଲକୁ କିପରି ଚିତ୍ରଣ କରାଯାଉଛି ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆଜି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ତୁରନ୍ତ ୱିକିପୀଡିଆରୁ ଆରଜି କର ଦୁଷ୍କର୍ମ ପୀଡିତାଙ୍କ ଫଟୋ ଏବଂ ନାମ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଏବେ ମଧ୍ୟ ପୀଡିତାଙ୍କ ପରିଚୟ ୱିକିପୀଡ଼ିଆରେ ଉପଲବ୍ଧ ରହିଛି। ନିୟମ ଅନୁସାରେ ଏହା ବେଆଇନ। ଭାରତୀୟ ଆଇନ ଏହାକୁ ବାରଣ କରେ। ୱିକିପୀଡ଼ିଆ ଆମର ପୂର୍ବ ଆଦେଶକୁ ପାଳନ କରିବା ଉଚିତ। ପୀଡିତାଙ୍କ ପରିଚୟ ୱେବସାଇଟରୁ ହଟାଯିବା ଉଚିତ।” ପ୍ରଧାନ ବିଚାରପତି ସ୍ୱୀକାର କରିଛନ୍ତି ଯେ ପୀଡ଼ିତାଙ୍କ ବାପା ଯାଞ୍ଚ୍‌ ପାଇଁ କିଛି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସେମାନଙ୍କୁ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।

ଆମେ ଏହି ପରାମର୍ଶଗୁଡିକୁ ସାର୍ବଜନୀନ କରୁନାହୁଁ, କିନ୍ତୁ ସେଗୁଡ଼ିକ ମୂଲ୍ୟବାନ ବୋଲି ମତ ରଖିଛନ୍ତି। ସିବିଆଇର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଯାଞ୍ଚ୍‌ ଏଜେନ୍ସି ମୁଖ୍ୟ ବିଚାରପତିଙ୍କ ପରାମର୍ଶ ଗ୍ରହଣ କରିବ। ପ୍ରଧାନ ବିଚାରପତି ଏହା ମଧ୍ୟ କହିଛନ୍ତି ଯେ ଅନୁସନ୍ଧାନରେ “ପାଞ୍ଚ ଦିନ ବିଳମ୍ବ” ହେତୁ ସିବିଆଇ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି।

Comments are closed.