ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅଫିସ ପାଖରେ ଥିବା ସାଇବର କେଫେ ଉପରେ ପୋଲିସ ର ଚଢ଼ାଉ। ଚଢ଼ାଉ ବେଳେ ସାଇବର କେଫେ ରୁ କମ୍ପୁଟର,ସିପିୟୁ ଜବତ କରି କେଫେ କୁ ତାଲା କରିଛି ପୋଲିସ।କେଫେ ମାଲିମ କୁ ଥାନା ରେ ଅଟକ ରଖି ପଚାର ଉଚାରା କରୁଛି ପୋଲିସ।
ସୁଭଦ୍ରା ଯୋଜନା ହିତାଧିକାରୀ ଙ୍କ ପଞ୍ଜିକରଣ ପାଇଁ ୧୦୦ଟଙ୍କା ଆଦାୟ କରୁଥିବା ନେଇ ବୋରିଗୁମ୍ମା ବିଡ଼ିଓ ସନ୍ଧ୍ୟା ରାଣୀ ସମରଥ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ sdpo ତପଷ୍ପିନି କଅର ଙ୍କ ନେତୃତ୍ବ ରେ ଚଢ଼ାଉ କରାଯାଇଛି।ସମ୍ପୃକ୍ତ କେଫେ ମାଲିମ କୁନ୍ଦ୍ରା ବ୍ଲକ ର ଜଣେ ବ୍ୟକ୍ତି ଙ୍କ ଆଇଡି ବ୍ୟବହାର କରି ବୋରିଗୁମ୍ମା ବ୍ଲକ ରେ ବେଆଇନ ଭାବେ ସୁଭଦ୍ରା ଯୋଜନା ହିତାଧିକାରୀ ଙ୍କ ପଂଚିକରଣ କରୁଥିଲେ।
ଜଣକ ପିଛା ୧୦୦ଟଙ୍କା ନେଉଥିବା ପ୍ରଶାସନିକ ଅଧିକାରୀ ଙ୍କ ନଜର କୁ ଆସିଥିଲା।ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବୋରିଗୁମ୍ମା SDPO ତପଷ୍ପିନୀ କଅର ସୂଚନା ଦେଇଛନ୍ତି।
Comments are closed.