ରାଇରଙ୍ଗପୁରରେ ବିଶ୍ବକର୍ମାବାବାଙ୍କ ପୂଜାରେ ସାରା ସହର ଉତ୍ସବ ମୁଖର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ବିଶ୍ବକର୍ମାବାବାଙ୍କ ପୂଜାରେ ସାରା ସହର ଉତ୍ସବ ମୁଖର | ରାଇରଙ୍ଗପୁରରେ ବିଶ୍ବକର୍ମାବାବାଙ୍କ ପୂଜାରେ ସାରା ସହର ଉତ୍ସବମୁଖର ପରିଲକ୍ଷିତ ହୋଇଥିଲା | ବିଶ୍ବକର୍ମାବାବା ହେଉଛନ୍ତି ଉଭୟ ବୈଦିକ ଓ ପୌରାଣିକ ବନ୍ଦନୀୟ ଠାକୁର | ତାଙ୍କୁ ପୂଜା କଲେ ଯଶ, କିର୍ତ୍ତୀ ଓ ସିଦ୍ଧି ପ୍ରାପ୍ତ ହୋଇଥାଏ | ବିଶେଷ କରି ଦୋକାନମାନଙ୍କରେ ବାବାଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଥିବା ବେଳେ ବିଭିନ୍ନ ଅନୁଷ୍ଠାନମାନଙ୍କରେ ଭବ୍ଯ ମୂର୍ତ୍ତୀ କୁ ବିରାଜମାନ କରି ଆରଧନା କରିଥାନ୍ତି |

ସେ ଯନ୍ତ୍ରାଂଶ ଅବା କଳକବଜାର ମୁଖ୍ଯ ପୁରୋଧା ହୋଇଥିବାରୁ ତାଙ୍କୁ ସ୍ଥାପତ୍ଯ ଓ ସୌନ୍ଦର୍ଯ୍ଯର ଅନନ୍ଯ ବାବା କହିଲେ ଅତ୍ଯୁକ୍ତି ହେବନାହିଁ | ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରେ ମହା ଆଡମ୍ବର ସହକାରେ ଏହି ପର୍ବ ପାଳିତ ହୋଇଥାଏ | ଭକ୍ତମାନେ ତାଙ୍କୁ ନାନାପ୍ରକାର ନୈବେଦ୍ଯ ସମର୍ପଣ କରିଥାନ୍ତି | ପୂଜାକମିଟୀ ତରଫରୁ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ଯବସ୍ଥା କରାଯାଇଥାଏ | ତାଙ୍କ ଆଶିଷରେ ଏ ସାରା ଭୁବନ ଧନ୍ଯଧାନ୍ଯ ହୋଇଥାନ୍ତି |

ସେ କରୁଣାମୟ, ଦୟାମୟ ଓ ଭକ୍ତିମୟ ଠାକୁର ଅଟନ୍ତି | ଲାଇଟ ଡେକୋରେସନ ଓ ସୁଉଚ୍ଚ ତୋରଣରେ ବାବା ବିଶ୍ବକର୍ମା ମୂର୍ତ୍ତୀଙ୍କର ଶୋଭା ଦ୍ବିଗୁଣିତ ପରିଲକ୍ଷିତ ହୋଇଥିଲା | ରାଇରଙ୍ଗପୁର ସହରସ୍ତ ପିଏଚ୍ ଡି କାର୍ଯ୍ଯାଳୟ, ଆର ଡ୍ବ୍ଲୁ ଏସ୍ ଏସ୍ , ଟେଲିଫୋନ ଅଫିସ,ଇଲେକଟ୍ରିକ୍ ଅଫିସ ତଥା ଅନ୍ଯାନ୍ଯ କାର୍ଯାଳୟ , ବିଭିନ୍ନ ପ୍ରେସ୍, ଦୋକାନବଜାର ତଥା ଅନ୍ଯାନ୍ଯ ବ୍ଲକମାନଙ୍କରେ ବାବାଙ୍କ ମନଲୋଭା ମୂର୍ତ୍ତୀ ପରିଲକ୍ଷିତ ହୋଇଥିଲା |

Comments are closed.