ଘାଟିରେ ବସ ଓଲଟି ଖେଳ ଶିକ୍ଷକଙ୍କ ମୃତ୍ୟୁ, ୨୦ରୁ ଅଧିକ ଛାତ୍ର ଆହତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବାଟରେ ଚାଲିଗଲା ଜୀବନ । ଘାଟିରେ ଓଲଟି ପଡିଲା ବସ ।  ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।  ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ।

ମିଳିଥିବା ସୂଚନା ଅନୁସାରେ, ଆଜି ଚନ୍ଦାହାଣ୍ଡି ବ୍ଲକରେ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ପାଳନ ହେଉଥିଲା ।  ଏହି ଉତ୍ସବରେ ଯୋଗ ଦେବା ପାଇଁ  ଉମରକୋଟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରାୟ ୩୦ ଜଣ ଛାତ୍ରାଛାତ୍ରୀଙ୍କୁ ନେଇ ସକାଳୁ ସକାଳୁ ଯାଉଥିଲେ । ଚନ୍ଦାହାଣ୍ଡି ବ୍ଲକରେ ଘାଟି ରାସ୍ତାରେ ବସଟି ତଳକୁ ଗଡୁଥିବାବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ ପ୍ରଭାସ କୁମାର ଜେନାଙ୍କର ଘଟଣାସ୍ଥଳରେ ମୃ୍ତ୍ୟୁ ଘଟିଥିଲା । ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଝରି ଗାଁରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.