ବଢିଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଅଧ୍ୟକ୍ଷ ନୀତିନ ଗୁପ୍ତାଙ୍କ କାର୍ଯ୍ୟକାଳ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବଢିଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଅଧ୍ୟକ୍ଷ ନୀତିନ ଗୁପ୍ତାଙ୍କ କାର୍ଯ୍ୟକାଳ। କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ବଢାଇଛନ୍ତି। ଆଜି ସରୁଥିବା ବେଳେ ଠିକା ଭିତ୍ତିରେ ତାଙ୍କ ତାଙ୍କ କାର୍ଯ୍ୟକାଳକୁ ଆଉ ୯ ମାସ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର ଆୟକର ବିଭାଗର ଅଫିସର ୬୦ ବର୍ଷୀୟ ନୀତିନ ଗୁପ୍ତା ୧୯୮୬ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବା(ଆଇଆର୍‌ଏସ୍‌) ଅଫିସର। ଗତବର୍ଷ ଜୁନ ମାସରେ ସିବିଡିଟି ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଥିଲେ। ସେପ୍ଟେମ୍ବର ୩୦ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିଲା। ହେଲେ ଏବେ ସେ ପୁଣି ୨୦୨୪ ଜୁନ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ।

କ୍ୟାବିନେଟ୍‌ ନିଯୁକ୍ତି କମିଟି ଏହାକୁ ଅନୁମୋଦନ ଦେଇଛି। ତାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ୧ ଅକ୍ଟୋବର ୨୦୨୩ରୁ ଆସନ୍ତା ୩୦ ଜୁନ ୨୦୨୪ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ନ ଆଶିବା ପର୍ଯ୍ୟନ୍ତ ଭଳବତ୍ତର ରହିବ। ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ସିବିଡିଟି ହେଉଛି ଆୟକର ବିଭାଗର ନୀତି ନିୟମ ନିର୍ଦ୍ଧାରଣ କରୁଥିବା ସଂସ୍ଥା। ସିବିଡିଟିରେ ଜଣେ ଅଧ୍ୟକ୍ଷଙ୍କ ସମେତ ୬ ଜଣ ସଦସ୍ୟ ରହିଥାନ୍ତି।

Leave A Reply

Your email address will not be published.