ମୃତଦେହ ନୁହଁ ପଚା ଅଣ୍ଡା ପାଇଁ ଟ୍ରେନ୍ ବଗିରୁ ବାହାରୁଥିଲା ଦୁର୍ଗନ୍ଧ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପରେ କିଛ ଦିନ ହେଲା ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ଅଧିକ ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବଗି ଖୋଲଯାଇଥିବା ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା । ଘଟଣାସ୍ଥଳରେ ପୁଲିସ, ତହସିଲଦାର ଓ ଏନଡିଆରଏଫ ଟିମ୍ ସହ କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ବଗି ଉଦ୍ଧାର ହୋଇଥିଲା । ବାଲେଶ୍ୱର ବାହାନଗା ଦୁର୍ଘଟଣାରେ ଅନେକ ମୃତଦେହ ଉଦ୍ଧାର କରାଯାଇଥିଲା । ଏପରିକି ବଗି ଭିତରେ ରହିଯାଇଥିବା ମୃତଦେହ ଗୁଡିକୁ କଢାଯାଇଥିବା ବେଳେ ଦୁଇଟି ବଗି ବନ୍ଦ ରହିଥିଲା ।

ଘଟଣାକୁ ପ୍ରାୟ ସପ୍ତାହେ ବିତିଯାଇଥିଲେ ବି ଏହି ଦୁଇ ବଗି ଉଦ୍ଧାର ହୋଇନଥିଲା । ଦିନକୁ ଦିନ ଦୁର୍ଗନ୍ଧ ବଢୁଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ । ବଗି ଭିତରେ ମୃତଦେହ ରହିଥିବାରୁ ଏହି ଦୁର୍ଗନ୍ଧରେ ଅସହ୍ୟ ହୋଇପଡିଥିଲେ ଲୋକମାନେ । ଶେଷରେ ବଗି ଖୋଲାଯାଇ ସେଥିରୁ ଏହି ପଚାସଢା ଅଣ୍ଡା ପେଟି ବାହାର କରାଯାଇଥିଲା । ଶେଷରେ ଜଣାପଡ଼ିଲା ମୃତଦେହ ନୁହଁ ପଚା ଅଣ୍ଡା ପାଇଁ ଟ୍ରେନ୍ ବଗିରୁ ବାହାରୁଥିବା ଦୁର୍ଗନ୍ଧ ।

Leave A Reply

Your email address will not be published.