ପିଲାକୁ ଅଙ୍ଗନବାଡ଼ି ସେଣ୍ଟରରେ ବନ୍ଦକରି ରଖିବାକୁ ନେଇ ଉତ୍ତେଜନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ଜଣେ ପିଲାକୁ ଅଙ୍ଗନବାଡ଼ି କର୍ମୀ ଦୀର୍ଘ ସମୟଧରି ବନ୍ଦ୍ କରି ରଖିବାକୁ ନେଇ ଅଙ୍ଗନବାଡ଼ି ପରିସରରେ ଗ୍ରାମବାସୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଉତ୍ତେଜନା । ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ କୁଣ୍ଡଳୀ ପଞ୍ଚାୟତର ମହାପଦା ଗ୍ରାମର ଅଙ୍ଗନୱାଡି କର୍ମୀ ହେଉଛନ୍ତି ଉର୍ମିଳା ସାମଲ୍।ଗତ ଶୁକ୍ରବାର ଦିନ ଅଙ୍ଗନବାଡ଼ି ବନ୍ଦ୍ ଥିବା ଶୁଣିପାରି ଝିଅ ଜାଗୃତି ଦିନ ୧୧ ଟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ।

ଫଳରେ ମା ଅଞ୍ଜଳି ସେନ୍ତରା ଅଙ୍ଗନବାଡ଼ି ସେଣ୍ଟର ରେ ପହଞ୍ଚି ଉପସ୍ଥିତ ଥିବା କର୍ମୀ ଉର୍ମିଳା ସାମଲ୍ କୁ ପଚାରିବାରୁ ସେ ଜାଣି ନଥିବା କହିଥିଲେ। କିନ୍ତୁ ମା ଅଞ୍ଜଳି ସେଣ୍ଟର୍ ର ଝରକା ପଟେ ଦେଖିବାରୁ ତାଙ୍କ ଝିଅକୁ ଭିତରେ ବନ୍ଦ୍ କରି ରଖାଯାଇଥିବା ଦେଖିବାକୁ ପାଇଲେ। ଫଳରେ ଅଙ୍ଗନବାଡ଼ି କର୍ମୀ ଓ ଝିଅର ମା ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ତେବେ ଘଟଣା ଦିନଠାରୁ ସଂପୃକ୍ତ ଅଙ୍ଗନବାଡି କର୍ମୀ ଉର୍ମିଳା ସେଣ୍ଟର କୁ ଆସିନଥିଲେ। ତେବେ ଆଜି ଅଙ୍ଗନବାଡ଼ି କର୍ମୀ ସେଣ୍ଟର କୁ ଆସିଥିବା ଜାଣିପାରି ଗ୍ରାମର ଶତାଧିକ ମହିଳା ଓ ଝିଅର ମା ଆସି ସେଦିନର ଘଟଣା ବାବଦରେ ଦିଦି ଉର୍ମିଳା ସାମଲ୍ କୁ ପଚାରିବା ସହିତ ସ୍କୁଲ୍ ଗେଟରେ ତାଲା ପକାଇ ଦେଇଥିଲେ।

ସଂପୃକ୍ତ କର୍ମୀ ସନ୍ତୋଷ ଜନକ ଉତ୍ତର ନଦେବାରୁ ମହିଳା ମାନେ ତାଙ୍କୁ ଘେରିଯାଇଥିଲେ। ସେଣ୍ଟର ରୁ ବାହାରକୁ ଯିବାକୁ ଦେଇନଥିଲେ।ଦିର୍ଘ ସମୟ ପରେ ବାଲିଆପାଳ ସିଡିପିଓ ସିଂଲା ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କ ସହ ଆଲୋଚନା କରିବା ପରେ ସମାଧାନର ବାଟ ବାହାରିବା ସହ ଉତ୍ତେଜନା କମିଥିଲା। କିନ୍ତୁ ଆମେ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ୍ୟ ଅଙ୍ଗନବାଡି ଦିଦି ଙ୍କ ପ୍ରତିକିୟା ପାଇ ପାରିନଥିଲି କିନ୍ତୁ ବାଲିଆପାଳ cdpo ଙ୍କୁ ଏ ବାବଦ ରେ ପଚାରିବାରୁ ସେ ସନ୍ତୋଷ ମୂଳକ ପ୍ରତିକ୍ରିୟା ନ ଦେଇ ଫୋନ କାଟି ଦେଇ ଥିଲେ |

Comments are closed.