ରାଇରଙ୍ଗପୁରରେ ନଗର ଉନ୍ନୟନ ମନ୍ତ୍ରୀ ବିଭିନ୍ନ ଉନ୍ନତିମୂଳକ ଯୋଜନା ହାତକୁ ନେଲେ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ନଗର ଉନ୍ନୟନ ମନ୍ତ୍ରୀ ବିଭିନ୍ନ ଉନ୍ନତିମୂଳକ ଯୋଜନା ହାତକୁ ନେଲେ | ଆଦିବାସୀ ଅଧ୍ଯୁଷିତ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଘରନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ଦ୍ଯୋଗ ମାନ୍ଯବର ମନ୍ତ୍ରୀ ଡକ୍ଟର କୁଷ୍ଣଚନ୍ଦ୍ର ମହାପାତ୍ର ଗ୍ରସ୍ତରେ ଆସି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଶ୍ରୀ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ସଫେଇ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ |

ଏହି ଅବସରରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ମୟୂରଭଂଜ ସାଂସଦ ନବଚରଣ ମାଝୀ, ବିଭିନ୍ନ ପଦାଧିକାରୀ , ରାଇରଙ୍ଗପୁର ମ୍ଯୁନିସିପାଲିଟିର ଅଧ୍ଯକ୍ଷ, ଉପାଧ୍ଯକ୍ଷ, କାର୍ଯ୍ଯ ନିର୍ବାହୀ ଅଧିକାରୀ ତଥା ପାରିଷଦବର୍ଗ ଉପସ୍ଥିତ ଥିଲେ | ଏହାପରେ ସେ ମ୍ଯୁନିସିପାଲିଟି କାର୍ଯ୍ଯାଳୟସ୍ଥିତ ସଭାଘର ରେ ଏକ ସମନ୍ବୟ ବୈଠକରେ ଯୋଗ ଦେଇଥିଲେ | ତଦପରେ ରାଇରଙ୍ଗପୁର ସହରର ବିଭିନ୍ନ ରାସ୍ତା ଓ ଅଳିଆଆବର୍ଜନା ଉପରେ ତଦାରଖ କରିଥିଲେ |

ବିଶେଷ କରି ଦୁର୍ଗାମଣ୍ଡପ, ମାଉସୀବାଡି ଓ କଚେରୀ ଡ୍ରେଲି ମ୍ଯାର୍କେଟର ପରିସର ନିରୀକ୍ଷଣ କରିଥିଲେ | ଏହି ସଂକ୍ରାନ୍ତରେ ମାନ୍ଯବର ମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ରାଇରଙ୍ଗପୁର ସହରର ବିକାଶ ଓ ଉନ୍ନତି ଆହୁରି ଅଧିକ କରିବା ପାଇଁ ଆପ୍ରାଣ ଉଦ୍ଯମ କରିବେ ବୋଲି ସୂଚନା ଦେଇଥିଲେ |

Comments are closed.