ହିନ୍ଦୀ ଭାଷୀ ଦ୍ବାରା ହିନ୍ଦୀ ଦିବସ ପାଳିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହିନ୍ଦୀ ଭାଷୀ ଏକ ସାହିତ୍ୟିକ ଓ ସାଂସ୍କୃତିକ ସଙ୍ଗଠନ, ଓଡିଶା ରାଇରଙ୍ଗପୁର ଆନୁକୁଲ୍ଯରେ ସ୍ଥାନୀୟ ପାଡିଆ ଧର୍ମଶାଳାରେ ହିନ୍ଦୀ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।ଆବାହକ ବିଜୟ କୁମାର ରାମଙ୍କ ଆବାହକତ୍ବରେ ଏବଂ ଉପଦେଷ୍ଟା ହିନ୍ଦୀ ଭାଷୀ ଆଲୋକ ଅଗ୍ରବାଲଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଏସ.ଡି.ପି.ଓ ରାଇରଙ୍ଗପୁର ଶ୍ରୀଯୁକ୍ତ ଗୋକୁଳାନନ୍ଦ ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ହିନ୍ଦୀ ଦିବସର ମହାତ୍ମ୍ୟ ସହିତ “ଫୁଲ କି ଚାହ” କବିତା ଆଲୋଚନା କରି ବୀର ଜବାନଙ୍କ ପ୍ରତି ଫୁଲ ର ଭକ୍ତି ଆଲୋଚନା କରିଥିଲେ।

ଅତିଥିମାନେ ସର୍ବ ପ୍ରଥମେ “ଗଣେଶ- ସରସ୍ଵତୀଙ୍କ ଫଟୋଚିତ୍ରରେ ଧୁପ ଦୀପ ପ୍ରଜ୍ବଳନ ମଞ୍ଚାସୀନ ଅତିଥିବୃନ୍ଦ ଏକ ସାହିତ୍ୟିକ ଚର୍ଚ୍ଚା କରିଥିଲେ।ସମ୍ମାନିତ ଅତିଥିଭାବେ ଅବସର ପ୍ରାପ୍ତ ହିଂଦୀ ଶିକ୍ଷକ ଶ୍ରୀଯୁକ୍ତ ପରମାନନ୍ଦ ସିଂହ, ବରିଷ୍ଠ ସାମ୍ବାଦିକ ସୌରଭ କୁମାର ପଟ୍ଟନାୟକ, ସଂବାଦ ସାହିତ୍ୟି ଘର ରାଇରଙ୍ଗପୁର ଏବଂ ଶ୍ରା ଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ ଓଡ଼ିଶା,ରାଇରଙ୍ଗପୁର ର ସଭାପତି ଶ୍ରୀଯୁକ୍ତ ତିମିର ରଂଜନ ପଣ୍ଡା, ସ୍ବର୍ଗତ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ବାଲେଶ୍ବର ରାମଙ୍କ ସହଧର୍ମିଣୀ ଦୁଲାରୀ ଦେବୀ, ହିଂଦୀ ଭାଷୀ ମନୋଜ ଢ଼ନଢ଼ନିଆ ମଞ୍ଚାସୀନ ରହି ହିଂଦୀ ଭାଷା ଓ ସାହିତ୍ୟର ମହତ୍ତା ଆଲୋଚନା କରିଥିଲେ।

ହିଂଦୀ ଭାଷୀ ସଂତୋସୀ ରାମ, ଦିପ୍ତୀ ସାହୁଙ୍କ ଦ୍ବାରା ପରିଚାଳିତ ସଂବର୍ଧନା ସଭାରେ ଶ୍ରା ବାଲେଶ୍ବର ରାମ ୟାଦବ (ମରଣୋତ୍ତର) ,ପଂ ଶଶୀଧର ମିଶ୍ର, କୁମାରୀ ଶ୍ରୀ ପ୍ରସାଦ, କୁମାର ଇଶାନ ଢ଼ନଢ଼ନୀଆ, ସହିତ ଶ୍ରୀଯୁକ୍ତ ଗୋକୁଳାନନ୍ଦ ସାହୁ ଏବଂ ଶ୍ରୀଯୁକ୍ତ ପରମାନନ୍ଦ ସିଂହ ସଂବର୍ଧିତ ଏବଂ ବିଜୟୀ ପ୍ରତିଯୋଗୀ ଓ ପ୍ରତିଭାଗୀମାନେ ପୁରସ୍କୃତ ହୋଇଥିଲେ।ହିନ୍ଦୀ ଭାଷୀ ନବୀନ ରାମ, ଅବଧେଶ ମିଶ୍ର , ଛୋଟୁ ୟାଦବ, କିଶୋର ରଜକ,ମଦନ ରଜକ, ରଂଜନ ନନ୍ଦ, ବୈଦ୍ୟନାଥ ସାଓ, ଲୋକନାଥ ମହଲା, ପୁନମ ପ୍ରଜାପତି, ଆଲୋକ ଅଗ୍ରବାଲ, ବିନୋଦ ହେନ୍ସ , ଅନୀଲ ପାଡିଆ, ଅଙ୍କିତ ପାଡିଆ, ସନ୍ଦୀପ ଅଗ୍ରବାଲ,ରୁପେଶ ସାମଲ,ମଣିଷ ଅଗ୍ରବାଲ, ଓ ଅନ୍ଯମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସାଫଲ୍ଯମଣ୍ଡିତ କରିଥିଲେ |

Comments are closed.