ତିରୁପତି ବାଲାଜି ମନ୍ଦିରର ଶୁଦ୍ଧିକରଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତିରୁପତି ବାଲାଜି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରିତ ହେଉଥିବା ସ୍ପଷ୍ଟ ହେବା ପରେ ଜାରି ରହିଛି ବିବାଦ। ଏହାରି ମଧ୍ୟରେ ତିରୁପତି ବାଲାଜି ମନ୍ଦିରର ଶୁଦ୍ଧିକରଣ କରାଯାଉଛି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି। ଲଡୁ ପ୍ରସାଦ ବିବାଦ ପରେ ମନ୍ଦିର ଟ୍ରଷ୍ଟ ତଥା ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ୍) ଏହି ମହାଶାନ୍ତି ହୋମ ଆୟୋଜନ କରିଛି।

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି। ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି। ସେପଟେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ଆନ୍ଧ୍ର ସରକାର । ଏହା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଏହି ଲଡ଼ୁ ବିବାଦ ସାମ୍ନାକୁ ଆସିବା ପରେ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ପରମ୍ପରା ଅନୁଯାୟୀ ମନ୍ଦିରକୁ ଶୁଦ୍ଧ କରାଯିବ ବୋଲି କୁହାଯାଇଥିଲା। ଏହା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ କେବଳ ସେହି ଲୋକମାନେ ମନ୍ଦିରର ପରିଚାଳନା କମିଟିରେ ରହିବେ, ଯେଉଁମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି।

Comments are closed.