ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ | ପିଲାଙ୍କ ସହ ଜଡିତ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା, ପ୍ରକାଶିତ କରିବା କିମ୍ବା ଏହାକୁ ଡାଉନ୍‌ଲୋଡ୍‌ କରିବା ଦଣ୍ଡନୀୟ ଅପରାଧ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅଟେ।

ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡ୍, ଜଷ୍ଟିସ୍ ଜେ.ବି ପାରଡିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇନ୍ତି। ଏହି ରାୟ ଦେବାବେଳେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି। ‘ଶିଶୁ ଅଶ୍ଳୀଳତା’ ଶବ୍ଦକୁ ‘ଶିଶୁ ଯୌନ ଶୋଷଣ ଏବଂ ଅପବ୍ୟବହାର ସାମଗ୍ରୀ’ ସହିତ ବଦଳାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ‘ଅଶ୍ଳୀଳତା’ ଶବ୍ଦକୁ ଆଉ ବ୍ୟବହାର ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ମାଡ୍ରାସ ହାଇକୋର୍ଟ ମୋବାଇଲ୍ ଫୋନରେ ଶିଶୁ ଅଶ୍ଳୀଳ ବିଷୟବସ୍ତୁ ରଖିଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ମାମଲାକୁ ବାତିଲ କରିଦେଇଥିଲେ। କେବଳ ଶିଶୁ ଅଶ୍ଳୀଳତା ଡାଉନଲୋଡ୍ କରିବା ଏବଂ ଦେଖିବା POCSO ଆକ୍ଟ ଅନୁଯାୟୀ ଅପରାଧ ନୁହେଁ ବୋଲି ଏଥିରେ ଦର୍ଶାଯାଇଥିଲା। ଶୁଣାଣି ବେଳେ ଜଷ୍ଟିସ ଜେ.ବି ପାରଡିୱାଲା କହିଛନ୍ତି ଯେ ଦୋଷୀମାନଙ୍କ ମାନସିକ ସ୍ଥିତିର ଅନୁମାନ ଉପରେ ସମସ୍ତ ପ୍ରଯୁଜ୍ୟ ବ୍ୟବସ୍ଥା ବୁଝାଇବାକୁ ଆମେ ଚେଷ୍ଟା କରିଛୁ ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ରଖିଛୁ।

Comments are closed.