ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାନବିକତାର ସବୁ ସୀମା ଟପିଲା ପଶ୍ଚିମବଙ୍ଗ ପୁଲିସ । ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡ଼ି ନେଇଛି ଉତ୍ତର ଦିନାଜପୁରରେ ପୁଲିସ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡ଼ି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ହିଂସା ଦେଖାଦେଇଛି । ପୀଡ଼ିତା ଜଣକ ନାବାଳିକା ଥିଲା ଏବଂ ଗୁରୁବାରଠାରୁ ନିଖୋଜ ଥିଲା । କିନ୍ତୁ ଶୁକ୍ରବାର ତାଙ୍କ ମୃତଦେହ ମିଳିଥିଲା । ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଦିନାଜପୁର ଜିଲ୍ଲା ଗଙ୍ଗୁଆ ଗାଁର ନାବାଳିକା ଜଣକ ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ୍ ଯିବା ପରେ ନିଖୋଜ ହୋଇଯାଇଥିଲେ । ସମ୍ପର୍କୀୟ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ରାତି ସାରା ପରିବାର ଲୋକେ ତାଙ୍କୁ ଠାବ କରିପାରିନଥିଲେ। ପରେ ସ୍ଥାନୀୟ ଲୋକେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ଯାହା ପରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
In this video, the body West Bengal Police is insensitively dragging is that of a minor rape and murder victim from the Rajbongshi community in Uttar Dinajpur’s Kaliaganj. Such haste is often seen when the purpose is to eliminate or dilute evidence and cover up the crime… pic.twitter.com/zgz2Rxlik1
— Amit Malviya (@amitmalviya) April 22, 2023
ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକେ ଦୋଷୀଙ୍କୁ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଥିଲେ । ପୁଲିସ ମୃତଦେହ କୁ ଜବତ କରିବା ପାଇଁ ପହଞ୍ଚିବା ପରେ ଗ୍ରାମବାସୀ ପୁଲିସ ଉପରେ ରାଗି ଯାଇଥିଲେ । ପୁଲିସ ମୃତଦେହକୁ ଜବତ କରିବା ପରେ ରାସ୍ତାରେ ଟାଣି ଟାଣି ନେଉଥିବା ଦେଖିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇଯାଇଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକେ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ କରିଥିଲେ । ପଥର ମାଡ଼ ପରେ ପୁଲିସ ମାଡ଼ କରିଥିଲା ଲୁହବୁହା ଗ୍ୟାସ୍ ସେଲ୍ ।