ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ସାରା ଦେଶ ପାଳୁଛି ୨୪ତମ କାର୍ଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।
ମେ’ ୨୬ରେ ଭାରତୀୟ ବାୟୁସେନା ଏହାର ଅପରେସନ୍ ‘ସଫେଦ ସାଗର’ ଆରମ୍ଭ କରିଥିଲା। ଏଥିରେ ବାୟୁସେନାର ମିଗ୍-୨୧, ମିଗ୍-୨୭ ଓ ମିରେଜ୍-୨୦୦୦ ବିମାନଗୁଡ଼ିକ ଶତ୍ରୁସେନା ଉପରେ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଥିଲେ । ଭାରତୀୟ ଯବାନଙ୍କ ବୀରତ୍ୱ ସାମ୍ନାରେ ହାର୍ ମାନିଥିଲା ପାକିସ୍ତାନ । ଆଉ ଭାରତ ଉଡ଼ାଇଥିଲା ତ୍ରିରଙ୍ଗା ।